ମହାବିରୋଡ଼ ଫାଣ୍ଡି ରୂପାନ୍ତରିତ ହେଲା ନୂତନ ଥାନା

Share:

ପପୁ କୁମାର ସାହୁ

କଙ୍କଡାହାଡ଼ :ଆଜି ରାଜ୍ୟରେ ୩୦ ଟି ନୂତନ ଥାନାକୁ ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।ଏହାରି ମଧ୍ୟରେ ଆଜି କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡିକୁ ଢେଙ୍କାନାଳ ଜିଲାର ନୂତନ ଭାବରେ ଗୋଟିଏ ମାତ୍ର ଥାନା ଭାବରେ ଉଦଘାଟନ କରାଗଲା ।ଭରଚୁଆଲରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ଏଠାରେ ଏକ ସଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଏଡିଏମ ରମେଶ ଚନ୍ଦ୍ର ସେଠୀ,ପୁରୁଷୋତ୍ତମ ସେଠୀ, ସିଡିଏମ ଅଶୋକ କୁମାର ଦାସ,ଏସଡ଼ିପିଓ ରଞ୍ଜନ କୁମାର ଦେ,ମହାବିରୋଡ଼ ଥାନା ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର,ବ୍ଲକ ଅଧ୍ୟକ୍ଷ। ଚାରୁଲତା ମିଶ୍ର,ବ୍ଳକ ଉପାଧ୍ୟକ୍ଷା ଦୀପା ସାହୁ,ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ,ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ,ରୀନା ହେସା,ନିରାକାର ପ୍ରଧାନ,ସମସ୍ତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ଅଞ୍ଚଳର ବୁଦ୍ଧିଯିବି ସମେତ ମହାବିରୋଡ଼ ଅଞ୍ଚଳର ଜନ ସାଧାରଣ ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ଦୀର୍ଘ ବର୍ଷ ହେଲାଣି ମହାବିରୋଡ଼ ଫାଣ୍ଡି କୁ ଥାନାର ମାନ୍ୟତା ଦିଆଯିବ ବୋଲି ଅଞ୍ଚଳର ଜନସାଧାରଣ ଦାବି କରୁଥିଲେ ଆଜି ମହାବିରୋଡ଼ ଥାନା ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।ଶେଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Share: