ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ ସ୍ୱଳ୍ପ ସମୟର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ର ସୁନ୍ଦର ବାର୍ତ୍ତା ସମସ୍ତ ଙ୍କୁ ସଚେତନ କରିବା ସହ ଦୁର୍ଘଟଣା କୁ ହ୍ରାସ କରିବାରେ ସହାୟକ ହେବ ବୋଲି ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ୍ ମୁରଲୀଧର ମତବ୍ୟକ୍ତ କରିଛନ୍ତି।ଶନିବାର ଅପରାହ୍ନରେ
ଟାଉନ ହଲ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ ଡ଼ଃ ମୁରଲୀଧର ରାସ୍ତା ଦୁର୍ଘଟଣା ର ବିଭିନ୍ନ କାରଣ ସମ୍ପର୍କରେ ଆଲୋଚନା କରିଥିଲେ।ବିଶେଷ କରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର, ଦ୍ରୁତ ଗାଡି ଚାଳନା ଓଭର ଲୋଡିଂ,ଦୁର ସ୍ଥାନରୁ ସାମଗ୍ରୀ ପ୍ରେରଣ ବେଳେ ଶୀଘ୍ର ପହଞ୍ଚିବା ପାଇଁ ଅବିଶ୍ରାନ୍ତ ଗାଡି ଚାଳନା, ହେଲମେଟ ଓ ସିଟ୍ ବେଲ୍ଟ ବ୍ୟବହାର ନ କରିବା ଏହାର ମୁଖ୍ୟ କାରଣ ।

ଯାତ୍ରୀ ଉପଯୋଗୀ ରାସ୍ତା ନିର୍ମାଣ ସହ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସେ ପରାମର୍ଶ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ଵନସଲ ଛୋଟ ଛୋଟ ଦୁର୍ଘଟଣା କିପରି ବଡ ବିପତ୍ତି ଘଟାଇଥାଏ ସେ ସମ୍ପର୍କରେ ଉଦାହରଣ ଦେବା ସହ ଅନୁଭବ ଓ ଅଭିଜ୍ଞତା ରୁ ନିଜ ସୁରକ୍ଷା କୁ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ଏହି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ନିଶ୍ଚିତ ସଡ଼କ ସୁରକ୍ଷା ପାଇଁ ସହାୟତା କରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଜଷ୍ଟିସ ଶ୍ରୀ ମୁରାହରୀ ଶ୍ରୀ ରମଣ ସଡକ ସୁରକ୍ଷା ପରି ଦୁର୍ଘଟଣା ବୀମା ସମ୍ପର୍କରେ ମଧ ସମସ୍ତ ଙ୍କୁ ସଚେତନ କରିବାକୁ ପରାମର୍ଶ ଦେବା ସହ ସଡକ ସୁରକ୍ଷା ର ବିବିଧ ପଦକ୍ଷେପ ଉପରେ ମତ ଦେଇଥିଲେ। ପ୍ରାରମ୍ଭରେ ରାଜ୍ୟ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଏହି କ୍ଷୁଦ୍ର ଚଳଚ୍ଚିତ୍ର କାର୍ଯ୍ୟକ୍ରମରେ ୨୩୦ ଗୋଟି ଚଳଚ୍ଚିତ୍ର ନିର୍ମାଣ ହୋଇ ଥିବା ବେଳେ ପ୍ରାୟ ୨୫୦୦ ବ୍ୟକ୍ତି ଅଭିନୟ, ସୁଟିଂ, କାହାଣୀ ରଚନା, ନିର୍ଦ୍ଦେଶନା ଇତ୍ୟାଦି ରେ ସଂଲଗ୍ନ ହେବା ସଡକ ସୁରକ୍ଷା ପ୍ରତି ବଡ ଅବଦାନ ବୋଲି କହିଥିଲେ। ପରେ ବିଭିନ୍ନ କାଟେଗୋରୀ ପାଇଁ ଶ୍ରେଷ୍ଠତ୍ୱ ଆଧାର ରେ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ଏବଂ ଜୁରୀ ସଦସ୍ୟ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ ଓ ପରିବହନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।ଶେଷରେ ଅତିରିକ୍ତ ପରିବହନ କମିଶନର ଶ୍ରୀ ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Share: