ଜ଼ିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ ର ଟାସ୍କ ଫୋର୍ସ ବୈଠକ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡା :ରାୟଗଡ ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ ର ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ସ୍ୱଧା ଦେବ୍ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ , ରାୟଗଡ ଉପଜିଲ୍ଲାପାଳ, ଭୀମସେନ ଶବର, ଗୁଣୁପୁରର ଉପ-ଜିଲ୍ଲାପାଳ, ମୁଖ୍ୟ ଚିକତ୍ସା ଅଧିକାରୀ ଡ଼l ଲlଲ ମୋହନ ରାଉତରାୟ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼l ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଡ଼l. ଭି.ଏଲ.ଏନ. ରାଜୁ, ଡ଼ଃ ମମତ ଚୋୖଧୁରୀ,ଡ଼l ଶ୍ରୀ ରଏ, ଡା. ଶ୍ରବଣ କୁମାର, ଡା ଶ୍ରବଣ ମମତା ସାହୁ,ଆଦି ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରାଉତରାଏ ସ୍ୱାଗତ ସମ୍ଭାଷଣା ପ୍ରଦାନ କରିଥିଲେ । ଏହି ବୈଠକରେ ଗତ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ (ଉଭୟ ଗ୍ରାମୀଣ ଏବଂ ସହରାଳ) ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅଭିଯାନ ଆସନ୍ତା ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଟିବି, କୁଷ୍ଠ ଏବଂ କୋଭିଡ୍ ମହାମାରୀର ତଦାରଖ ଏବଂ ଚିହ୍ନଟିକରଣ କରାଯିବ ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ଏହି ଅଭିଯାନ ସମୟରେ ଆଶା ଦିଦି ଘରକୁ ଘର ସର୍ବେକ୍ଷଣ କରି ଉପରୋକ୍ତ ରେ।।ଗରେ ପୀଡିତ ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରି ପରର୍ବୀ ଚିକିତ୍ସା ଏବଂ ପରାମର୍ଶ ପାଇଁ ସ୍ୱାସ୍ଥ୍ୟ କର୍ମୀ ଏବଂ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହିତ ଗ୍ରାମ ଏବଂ ବସ୍ତିରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବେ । ଏହି ସର୍ବେକ୍ଷଣ ପ୍ରତି ସପ୍ତାହରେ ସେମବାର,ଗୁରୁବାର ଏବଂ ରବିବାର ଦିନ ଅନୁଷ୍ଠିତ ହେବ ଏବଂ ଆଶାଦିଦି ଏହି ସମୟରେ ଅତି କମ୍ ରେ ୮-୧୦ ଘରକୁ ଯାଇ ସର୍ବେକ୍ଷଣ କରିବେ ।

ଜିଲ୍ଲାପାଳ ଆଜିର ଏହି ବୈଠକରେ ଜିଲ୍ଲାର ଜଳବାହିତ, କୁଷ୍ଠ, ଯକ୍ଷ୍ମା ରୋଗ ସହିତ କୋଭିଡ୍ ଟୀକାକରଣ ଉପରେ ଗୁରୁତ୍ୱାରୋପ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲା ଟୀକା ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ବନ ଭିଭାଗ ଅଧିକାରୀ,ଅଶ୍ୱିନୀ ପରିଡା, ଜିଲ୍ଲା ଶିକ୍ଷା ଅଧିକାରୀ, ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯlଜ୍ଞସେନି ବେହେରା, ମୁନିସିପାଲିଟିର ଏକଜେକ୍ୟୁଟିଭ ଅଧିକାରୀଙ୍କ,ରାୟଗଡ ଏବଂ ଗୁଣପୁର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ,ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ସୁନିଲ କୁମାର ନାଥ, ଉତ୍କଳ ଆଲୁମିନାର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା,ଇମ୍ଫା କାରଖାନାର ଲୋକସମ୍ପର୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଶ୍ରୀ ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆଜିର ବୈଠକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ର ପରିଦର୍ଶନ କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ବନ ଭିଭାଗ ଅଧିକାରୀ,ଅଶ୍ୱିନୀ ପରିଡା, ଜିଲ୍ଲା ଶିକ୍ଷା ଅଧିକାରୀ, ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯlଜ୍ଞସେନି ବେହେରା, ମୁନିସିପାଲିଟିର ଏକଜେକ୍ୟୁଟିଭ ଅଧିକାରୀଙ୍କ,ରାୟଗଡ ଏବଂ ଗୁଣପୁର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ,ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ସୁନିଲ କୁମାର ନାଥ, ଉତ୍କଳ ଆଲୁମିନାର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା,ଇମ୍ଫା କାରଖାନାର ଲୋକସମ୍ପର୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଶ୍ରୀ ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆଜିର ବୈଠକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ


Share: