ମୀରାବାଈ କଳାବିକାଶ କେନ୍ଦ୍ର ମୋ ସଂସ୍କୃତି ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Share:

ମୀରାବାଈ କଳାବିକାଶ କେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଛି ମୋ ସଂସ୍କୃତି ବିକାଶ କାର୍ଯ୍ୟକ୍ରମ। ସମଗ୍ର ରାଜ୍ଯ ଏବଂ ଦେଶ ତଥା ବିଦେଶରେ ଅନେକ ପ୍ରସିଦ୍ଧ କଳାକାର, କବୀ, ଗାୟକ ବାଦକ, ଚିତ୍ରଶିଳ୍ପୀ ନିଜକୁ ପରିଚିତ କରାଇପାରିଛି ମୀରାବାଇ କଳା ବିକାଶ କେନ୍ଦ୍ର। ଏହିପରି କଳାକାରମାନଙ୍କୁ ସୃଷ୍ଟି କରିବାରେ ଭୁବନର ମୀରାବାଈ କଳାବିକାଶ କେନ୍ଦ୍ର ସମଗ୍ର ରାଜ୍ୟରେ ଅଗ୍ରଣୀ ଭୁମିକା ଗ୍ରହଣ କରିଛି ଯେଉଁଥିପାଇଁ ଏହି ଅନୁଷ୍ଠାନ ବେଶ ପରିଚିତ।

ଏଥିସହିତ ରାଜ୍ଯ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ ତରଫରୁ ମାନ୍ୟତା ହାସଲ କରିପାରିଛି। ଏହି ଅବସରରେ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ଯ କଳା ଓ ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର। ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ସାହୁ।

ଅଧ୍ୟକ୍ଷତା କରିଥିଲେ ମୀରାବାଈ କଳା ବିକାଶ କେନ୍ଦ୍ର ର ଅଧ୍ୟକ୍ଷ ଭଗବାନ ଗୁରୁ ଓ ବ୍ଲକ ସଭାପତି ଅଶୋକ ସାମଲ। ତେବେ ଉତ୍ସବ ଆରମ୍ଭରେ କୁନୀ କୁନୀ କଳାକାରଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବ ଶେଷରେ ବିଭିନ୍ନ କଳାକ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ଢେଙ୍କାନାଳ ରୁ ପପୁ ସାହୁଙ୍କ ରିପୋର୍ଟ


Share: