ଭିଜିଲାନ୍ସ ଜାଲରେ କୋଟିପତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ଦେଢ କୋଟି ର ସମ୍ପତ୍ତି ଜବତ, ଅଧିକାରୀ ଗିରଫ l

Share:

ଆଙ୍କର :-   ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଞ୍ଚୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍, ପୂର୍ବରୁ ଦୀର୍ଘ ସମୟ ଧରି ସେ ଭୁବନ ବ୍ଲକ ଦୀଘୀ ଓ ମଠକରଗୋଳା ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଏକକାଳିନ ଭାବେ  3 ଟି ସ୍ଥାନରେ ଚାଲିଛି ଚଢ଼ାଉ ।

ସୂଚନା ଅନୁଯାୟୀ ଭିଜିଲାନ୍ସ ବିଭାଗର ଡିଏସପି ଅନିରୂଧ ନାୟକ ଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି l ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ  କାମାକ୍ଷାନଗର ରେ  ଦୁଇଟି ଏକ ମହଲା   କୋଠା ଓ  ଗୋଟିଏ ତିନି ତଳ କୋଠା, ବ୍ୟାଙ୍କ କାଗଜ ପତ୍ର   ଠାବ କରାଯାଇଛି ।

କାମାକ୍ଷାନଗର ରେ ମାର୍କେଟ କମ୍ପ୍ଲେକ୍ସ ନାରାୟଣୀ ଷ୍ଟିଲ ଫର୍ନିଚର ଦୋକାନ, ଦାମୀ ଚାରିଚକିଆ ଯାନ, ତିନୋଟି ମୋଟରସାଇକଲ୍ ମଧ୍ଯ ଠାବ କରାଯାଇଛି l ଗତମାସରେ ସୁରପ୍ରତାପପୁର୍ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘର ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିବା ବେଳେ କ୍ୟାମେରା ରେ ଧରା ପଡିଥିଲେ l ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ସରକାରୀ ଯୋଜନା ର ରୂପାୟନ ପାଇଁ ଅସାଧୁ ଉପାୟ ଅବଲମ୍ବନ କରି ଏହି ସରକାରୀ ଅଧିକାରୀ ମାନେ ହେଉଛନ୍ତି ମାଲେମାଲ l

ଏଥିରେ କିଛି ଶାସକଦଳ ବ୍ୟକ୍ତିବିଶେଷ ଙ୍କ ପରୋକ୍ଷ ସହଯୋଗ ରହୁଚି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ଆଜିର ଏହି ଚଢ଼ାଉ ପରେ ଶ୍ରୀ ସନ୍ତୋଷ ସାହୁ କୁ ଗିରଫ କରାଯାଇଥିବା ଜଣାପଡ଼ିଛି l

ଢେଙ୍କାନାଳ ଜିଲ୍ଲା ଭୂବନ ରୁ ପପୁ ସାହୁଙ୍କ ରିପୋର୍ଟ


Share: