ଉଗ୍ରରୂପ ନେଉଛି ଖରୋଶ୍ରୋତା ଜଳ ପ୍ରକଳ୍ପ ବିବାଦ । ପୋଲିସ ଆନ୍ଦୋଳନ କାରୀ ମୁହାଁ ମୁହିଁ ।

Share:

ଖରୋଶ୍ରୋତା ନ ଦେବା ପାଇଁ ଖରୋଶ୍ରୋତା ବଞ୍ଚାଓ ସମିତିର ପ୍ରତିବାଦ ଉଗ୍ରବାଦ ନେଇଛି । ଗତ10 ତାରିଖରେ ଖରୋଶ୍ରୋତା ବଞ୍ଚାଓ ସମିତିର ବିକ୍ଷୋଭ ପ୍ରଦର୍ଶନ ପରେ ବିକ୍ଷୋଭ କରୁଥିବା କିଛି ନେତାଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ଟାୟାର ଜାଳି ଲୋକେ ରାସ୍ତାରୋକ କରିବା ପରେ ସଂଗ୍ରାମ ସମିତିର କର୍ମ କର୍ତ୍ତାଙ୍କୁ ଛାଡି ଦେଇଥିଲା ପୋଲିସ । ଏବେ ଆହୁରୀ ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି । ସେପଟେ ଆଜି ଫୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ପୋଲିସ ଓ ସଂଗ୍ରାମ ସମିତି ।

ଘଟଣା ସ୍ଥଳରେ ଅଧିକ 3 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୂଚନା ମୁତାବକ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜକନିକା ଭାରିଗଦା ପାଖ ଖରୋଶ୍ରୋତା ନଦୀରୁ ଜଳ ନେବାକୁ ଯୋଜନା ହୋଇଛି lକିନ୍ତୁ ରାଜକନିକା ବ୍ଲକର ବୁଦ୍ଧିଜୀବୀ ଓ ବରୁଣାଢି଼ଅ ଭାରିଗଦା ଗ୍ରାମ ପଞ୍ଚାୟତ ସମେତ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରୁଛି । ଖରୋଶ୍ରୋତା ନଦୀର ଜଳ ନ ଦେବା ପାଇଁ ଖରୋଶ୍ରୋତା ବଞ୍ଚlଓ ସମିତି ଗଠନ କରାଯାଇଛି । ଏହି ସଂଗଠନ ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ କୁ ତୀବ୍ର ବିରୋଧ କରୁଥିବା ବେଳେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ରାପଡା ରେ ଭୂତଳ ଜଳ ଜଳ ସଙ୍କଟ ଜର୍ଜରୀତ ହେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ଖରୋଶ୍ରୋତା ର ମଧୁର ପାଣି ଦେବାକୁ ତୀବ୍ର ବିରୋଧ କରାଯାଉଛି । ଖରୋଶ୍ରୋତା ନଦୀ ଆନ୍ଦୋଳନ କୁ ନେଇ ପ୍ରତିବାଦ ସ୍ଥଳରେ ହୋ ହାଲ୍ଲା ଦେଖିବାକୁ ମିଳିଛି । ଏମିତି ଅନେକ ସ୍ଥାନରେ ପୋଲିସ ଏବଂ ଆନ୍ଦୋଳନ କାରୀ ମୁହାଁ ମୁହିଁ ମଧ୍ୟ ହୋଇଛନ୍ତି ।

କେନ୍ଦ୍ରାପଡା ରୁ ରିପୋର୍ଟ ବିଶ୍ୱଜିତ ପ୍ରଧାନ।


Share: