ଦାନ୍ତେୱାଡାରେ ଲାଲବାହିନୀ ତାଣ୍ଡବ , ଓଡିଶାରେ ହାଇ ଆଲାର୍ଟ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ମୁଣ୍ଡଟେକିଲେ ନକ୍ସଲ ଦଶ ଯବାନ ସହିଦ ହୋଇଥିବା ଖବର ମିଳିଛି ମିଳିଥିବା ଖବର ଅନୁଯାଇ l କୁମ୍ବି କରି ଫେରୁ ଥିବା ବେଳେ ଆକ୍ରମଣ କଲେ ନକ୍ସଲ ଆଇଇଡି ବିସ୍ପୋରଣରେ ଉଡି ଲା ଗାଡି ଦଶ ଡିଆଜି ଯବାନ ସହିଦ,ଜଣେ ଡ୍ରାଇଭରର ମୃତ ହୋଇଛି l ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ । ଛତିଶଗଡ଼ ସୀମାକୁ ଲାଗିରହିଥିବା ୩ ଜିଲ୍ଲାକୁ ଆଲର୍ଟ କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । କମିଂ ଅପରେସନ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୀମା ଅଞ୍ଚଳରେ ଚେକିଂ, ବ୍ଲକିଂ, କରିବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ସୂଚନା ଦେଲେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ତା । ଖବର ଏହା ମଧ୍ୟ ରହିଛି ଯେ, ବର୍ତ୍ତମାନ ନକ୍ସଲଙ୍କୁ ଚାରି ପଟରୁ ଘେରି ଅପରେସନ ଆରମ୍ଭ କରାଯାଇଛି । ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟ ଗୁଳିବିନିମୟ ଜାରି ରହିଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କାହାରୀକୁ ଛଡାଯିବନୀ ବୋଲି କହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ


Share: