ଗଣତନ୍ତ୍ରକୁ ବିରୋଧ କଲେ ମାଓବାଦୀ ପଷ୍ଚର ଲଗାଇ ନିଜର ସ୍ଥିତି ଜାହିର କଲା ବାଘୁନା ଡିଭିଜନ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗି ପାହାଡ ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ପାର୍ସାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗଣତନ୍ତ୍ରକୁ ବିରୋଧ କରି ମାଓ ପଷ୍ଚୋର ଲଗାଇଥିବା ଦେଖିବାକୁ ମିଳିଛି । ଉକ୍ତ ପଷ୍ଚୋର ମାନଙ୍କରେ ଉଲ୍ଲେଖିତ ହୋଇଛିଯେ ଭାରତର ଆଇନକୁ ବ୍ରିଟିସ ଆଇନ ଓ କଳା ଆଇନ ବନାଇ ଲୋକଙ୍କୁ ଦମନ କରାଜାଉଛି ।ଫମ୍ପା ଗଣତନ୍ତ୍ର କେବଳ ଧନୀଙ୍କ ପାଇଁ ହୋଇଥିବା ବେଳେ କେବଳ ଗରିବଙ୍କ ପାଇଁ ନୁହେଁ । ଜାନୁୟାରି ୨୬କୁ କଳା ଦିବସ ପାଳନ କରିବାପାଇଁ ଆବାହନ କରିଛନ୍ତି ।ତଥା କଥିତ ଗଣତନ୍ର୍ତ ନାରେ ଦେଶରେ ଚାଲୁଥିବା
ଫାସିବାଦୀ ଶାସନକୁ ବିରୋଧ କରନ୍ତୁ । ଡଙ୍ଗରିଆ ଭାଇ ଭଉଣି ,ଆନ୍ଦଳନ ବିରୋଧୀ ଷଡଯନ୍ତ୍ରକାରୀ ଓପିଲିପି ସଂସ୍ଥାକୁ ମାରି ଖେଦନ୍ତୁ। ଓପିଲିପି ସଂସ୍ଥା କାହିଁକି ? ସରକାର ବିକାଶ କାମ କଲେ ହେବ । ଓପଲିପି ସଂସ୍ଥାକୁ ଲିଭିଙ୍ଗଫାର୍ମ,ମିୟୁହପ,ଓଟିଇଏଲପି ସଂସ୍ଥାର କମ୍ପାନିର ଏଜେଣ୍ଟ ଭାବେ କାମ କରୁଛନ୍ତି ଏମାନଙ୍କୁ ବିରୋଧ କରନ୍ତୁ .
ନିରିହ ଡଙ୍ଗରିଆ କୁ ଭକୁଆ ବନାଇ ମିଠାମିଠା କଥା କହି ଜଳ,ଜଙ୍ଗଲ ଓ ଇଜ୍ଜତକୁ ରକ୍ଷା କରି ଆନ୍ଦଳନ କରନ୍ତୁ । ଏଭଳି ଠକାମିର ଶିକାର ନହୋଇ ଆନ୍ଦଳନ କରିବା ପାଇଁ ନିବେଦନ କରିଛି ସିପିଆଇ ମାଓବାଦୀ ବାଘୁନା ଡିଭିଜନ ମାରିଥିବା ପକ୍ଷରୁ ପଷ୍ଟୋରରେ ଉଲ୍ଲେଖ ରହିଛି .


Share: