କୋଦଳା ଏନ ଏ ସି ର ଜାଗା ମିଶନ ଉପରେ ଆଲୋଚନା ଚକ୍ର

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ର ଜାଗା ମିଶନ ଉପରେ ଏକ ଆଲୋଚନା ଚକ୍ର ବେଗୁନିଆପଡା ବ୍ଲକ ସଭା ଗୃହ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ! ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଜାଗା ମିଶନ ରାଜ୍ୟ ନିର୍ଦେସିକା ସାସ୍ୱତୀ ମିଶ୍ର, କୋଦଳା ତହସିଲଦାର ତଥା ଏନ ଏ ସି ନିର୍ବାହୀ ଅଧିକାରୀ ସସ୍ମିତା ଶତପଥୀ, ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀ, ଏନ ଏ ସି କର୍ମଚାରୀ ଶ୍ରଦ୍ଧାଞ୍ଜଳି ନାୟକ ଓ ସ୍ୱପ୍ନାରାଣୀ ପାତ୍ର ଯୋଗଦେଇ ପ୍ରଥମେ ଦିଗପହଣ୍ଡି ଠାରେ ବସ ଦୃଘଟଣା ରେ ପ୍ରାଣହରାଇ ଥିବା ବ୍ୟକ୍ତି ମାନଙ୍କ ର ଆତ୍ମା ର ସଦଗତି କାମନା କରି ଦୁଇ ମିନଟ ନିରବ ପ୍ରାଥନା କରିବା ସହ ଜାଗା ମିଶନ ଉପରେ ସରକାରଙ୍କ ନିୟମ ବିଷୟରେ ଆଲୋଚନା କରିଥିଲେ ସ୍ଵାସତି ମିଶ୍ର ! ସହରାଞ୍ଚଳରେ ବସବାସ କରୁଥିବା ଭୂମି ହୀନ ମାନଙ୍କୁ ପଟ୍ଟା ପ୍ରଦାନ କରିବା,ଯେଉଁ ମାନେ ସଂରକ୍ଷିତ ଜାଗାରେ ବାସ କରିଛନ୍ତି ସେହି ଜାଗାରେ କିସମ ପରିବର୍ତ୍ତନ କରିବା ପାଇଁ ଜିଲ୍ଲା ପାଳ ଙ୍କୁ ସୁପାରିଶ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ! କୋଦଳା ଏନଏସି ବହୁ ହିତାଧିକାରୀ ପଟା ପାଇଥିବା ବେଳେ ଆଉ ଅଳ୍ପକଛି ହିତାଧିକାରୀ ବାଦ ପଡ଼ିଥିଲେ ଯାହାକି ବହୁତ ଜଲଦି ସମସ୍ତ ହିତାଧିକାରୀ ପଟା ପାଇବା ପାଇଁ ପ୍ରତିଶୃତି ଦେଇଥିଲେ ଏଥିରେ କୋଦଳା ଏନ ଏ ସି ର କାଉନସିଲର ଭଗବାନ ପାଢ଼ୀ ମନୋରଞ୍ଜନ ଡାକୁଆ ସିମାଞ୍ଚଳ ଖେଟେଇ, ଜିତେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଭୂମି ହୀନ ମହିଳା ମାନେ ଯୋଗଦେଇ ଥିଲେ!


Share: