ବିସ୍ପରକ ଫୁଟି 4 ଗୁରୁତର,3 ଆହାତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁଆବାଡ଼ି ଗ୍ରାମ ଶିହଳ ସାହିରେ ବିସ୍ପରକ ଫୁଟି 7 ଜଣ ଆହାତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ 4 ଜଣ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ବଡମେଡିକାଲ ରେ ଭର୍ତି କରାଯାଇଥିବା ବେଳେ 3 ଆହାତ ଙ୍କୁ କୋଦଳା ମେଡ଼ିକାଲରେ ଚି଼କାତ୍ସା ଜାରିରହିଛି l ଆଜି ମଧ୍ୟାହ୍ନ ସମୟରେ ଶିହଳ ସାହିର କୈଳାସ ବେହେରା ଙ୍କ ଘରେ ବିସ୍ପରଣ ର ଜୋର ଶବ୍ଦ ହୋଇଥିଲା l ଶବ୍ଦ ଶୁଣି ଆଖପାଖ ଲୋକ ପହଞ୍ଚିଥିଲେ l ସମ୍ପୃକ୍ତ ଘରୁ ସ୍ଥାନୀୟ ଲୋକେ 7 ଜଣଙ୍କୁ ଉଧାର କରି ଆମ୍ବୁଲେନ୍ସ ଯୋଗେ କୋଦଳା ମେଡ଼ିକାଲରେ ଭର୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ସ୍ଥିତ ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l

ଏହି ବିସ୍ପରଣରେ ଗୋଟିଏ ପରିବାର କୈଳାସ ବେହେରା, କାହ୍ନୁ ଚରଣ ବେହେରା, ବିଷ୍ଣୁ ବେହେରା, ଶ୍ରୀହରି ବେହେରା, ତ୍ରିପୁରା ବେହେରା, ବଳରାମ ବେହେରା,ମିଥୁନୁ ବେହେରା ଙ୍କ ସମେତ ମୋଟ 7 ଜଣ ଆହାତ ହୋଇଥିବା ବେଳେ ଗୋଟିଏ 28 ଦିନର ଶିଶୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ଏହି ବିସ୍ପରଣରେ ତିନୋଟି ଘର ସୁମ୍ପୂର୍ଣ ଛିନଖିନ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ କୋଦଳା ପୋଲିସ, ପୁରୁଷୋତମପୁର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ବିସ୍ପରକ ଫୁଟି ଘଟଣା ଘଟିଥିବା ଆଲୋଚନା ହେଉଛି l ସେପଟେ ପୋଲିସ ବିସ୍ପରଣ ର ପ୍ରକୃତ କରଣ ଖୋଜୁଛି l


Share: