ପାତାଳୀ ରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଲିତ

Share:

Yଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା କ୍ଷେତ୍ର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ଭୋରସକାଳ ୫ଟାରେ ମଙ୍ଗଳ ଆଳତି,୯ଘଣ୍ଟା ରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ଟାରେ ଶ୍ରୀଜିଉଙ୍କ ମହାସ୍ନାନ ଓ ଅପରାହ୍ନ ୧ଘଣ୍ଟା ରେ ଦୁର୍ଲ୍ଲଭ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।ଏଥିପାଇଁ ବଡିଭୋରରୁ ପବିତ୍ର ମହାନଦୀ ର ବଢାଲି ଘାଟରୁ ଭାରୁଆମାନଙ୍କ ଦ୍ୱାରା ଜଳ ଆଣି ସ୍ନାନ ବେଦୀରେ ସ୍ଥାପନ କରିଥିଲେ।ପରେ ମହାପ୍ରଭୁଙ୍କ ଠାରେ ମଙ୍ଗଳ ଆଳତୀ ଓ ଖେଚୁଡି ଭୋଗପରେ ଧାଡ଼ି ପହଣ୍ଡି ରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା।ପୂଜାନୀତି, ହୋମଯଜ୍ଞାଦିପରେ ଚନ୍ଦନ ଅଗୁର,କେଶର,ଗଙ୍ଗାଜଳ,ଚୂଆ,ପଞ୍ଚକଷାୟ,କର୍ପୁରାଦି ମିଶ୍ରିତ ସୁବାସିତ ଜଳରେ ରୁପାକଳସୀ ରେ ଶ୍ରୀ ସୁଦର୍ଶନଙ୍କୁ୧୮ ପୂର୍ଣ୍ଣ କୁମ୍ଭ ଶ୍ରୀ ବଳଭଦ୍ର ଙ୍କୁ ୩୩ ପୂର୍ଣ୍ଣକୁମ୍ଭ, ଦେବୀ ସୁଭଦ୍ରାଙ୍କୁ ୨୨ ପୂର୍ଣ୍ଣ କୁମ୍ଭ ଓ ଶ୍ରୀ ଜଗନ୍ନାଥଙ୍କୁ ୩୫ ପୂର୍ଣ୍ଣକୁମ୍ଭ ସୁବାସିତ ଜଳରେ ସ୍ନାନ କରାଯାଇ ପରେ ହାତୀ ବେଶରେ ସଜ୍ଜିତ କରାଯାଇଥିଲା।କରୋନା କଟକଣା ଯୋଗୁଁ ବିଗତ ୨ବର୍ଷଧରି ସମସ୍ତ ଯାନିଯାତ୍ରା ଭକ୍ତଙ୍କ ବିନା କେବଳ ନୀତିକାନ୍ତୀ ରେ ସମାପନ ହୋଇଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଅପୂର୍ବ ଆନନ୍ଦ ପ୍ରକାଶ ପାଇଛି। ସେହିକ୍ରମରେ ଆଜି ଶ୍ରୀଜିଉଙ୍କ ଏହି ଅପୂର୍ବ ସ୍ନାନଯାତ୍ରା ଓ ଗଜାନନ ବେଶ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବରେ କରାଯିବାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିଲା।ଆଜିର ପୂଜାକାର୍ଯ୍ୟ ପଣ୍ଡିତ ବିଶେଶ୍ୱର ପାଢ଼ୀ, ଗୁଣାକରପଣ୍ଡା ତୁଳାଇଥିବାବେଳେ ଯଜ୍ଞକାର୍ଯ୍ୟ ପଣ୍ଡିତ ଦେବାର୍ଚ୍ଚନ ଦାଶ ଓ ଛେରାପହଁରା କାର୍ଯ୍ୟ ଗ୍ରାମର ଗଡତ୍ୟା ଚମରା ଅମାତ ତୁଳାଇଥିଲେ।ଆଖପାଖ ସମସ୍ତ ଗ୍ରାମର ବ୍ରାହ୍ମଣ ସେବାୟତ ଓ ଟ୍ରଷ୍ଟର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।


Share: