ବିଷମ କଟକ ଓ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର 25 ତମ ପ୍ରତିଷ୍ଠା ଦିବସ ପାଳିତ ହେଲା କିନ୍ତୁ ଯୋଗ ଦେଲେନି ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ ଭାସ୍କର ରାଓ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଆଜି ରାୟଗଡା ଜିଲ୍ଲାର ସଦର ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର 26ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ର ଉପଦେଷ୍ଟା ସୁଧୀର ଦାସ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ରୁ ପ୍ରଥମେ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ସ୍ୱତନ୍ତ୍ର ବିକାଶ ଉପଦେଷ୍ଟା ଅନୁସୟା ମାଝୀ ଜିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଏସ ସି ଏସ ଟି ଉପଦେଷ୍ଟା ପୃଥିବୀରାଜ ସାହୁ ଜିଲ୍ଲା ଯୁବ ବିଜେଡି ସଭାପତି ପିଙ୍କୁ ପଣ୍ଡା ଦେବି ଚୌଧୁରୀ ବାସା ଶତପଥୀ ରାଜେଶ ପଣ୍ଡା ସନ୍ତୋଷ ଗୁରୁ ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ପରେ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ନୂତନ ବସ ଷ୍ଟାଣ୍ଡ ରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ସ୍ଥାନୀୟ ଟାଉନ ହଲ ରେ ପହଁଚି ଥିଲେ l ସେଠାରେ ଆୟୋଜିତ ଏକ ସଭା ରେ ଜିଲ୍ଲା ସଭାପତି ସୁଧୀର ଦାସ ଅଧକ୍ଷତା କରିଥିବା ବେଳେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଧାୟକ ରଘୁନାଥ ଗମାଙ୍ଗ ମକରନ୍ଦ ମୁଦୁଲି ଅନୁସୟା ମାଝୀ ସରସ୍ବତୀ ମାଝୀ ଅଶ୍ୱିନୀ ଗମାଙ୍ଗ ପିଙ୍କୁ ପଣ୍ଡା ପ୍ରମୁଖ ବିଗତ 26 ବର୍ଷ ଧରି ବିଜୁ ଜନତା ଦଳ ର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ଓଡିଶା ର ପ୍ରତିଟି ଲୋକେ ସମସ୍ତ ସୁବିଧା ପାଇ ଥିବା ଏବଂ ନବୀନ ପଟନାୟକ ଙ୍କ ବିକଳ୍ପ ଓଡିଶା ରେ ନ ଥିବା ଏବଂ ଆଗାମୀ 26 ବର୍ଷ ଧରି ବିଜୁ ଜନତା ଦଳ ଓଡିଶା ରେ ଲୋକଙ୍କୁ ସୁଶାସନ ଦେଉ ଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ସୁଧୀର ଦାସ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଫଳରେ ଆଜି ରାୟଗଡା ଜ଼ିଲ୍ଲା ରର ବିଜେଡି ପରିସ୍ଥିତି ସୁଦୃଢ ହୋଇଛି ବୋଲି ଉପସ୍ଥିତ ନେତା କର୍ମୀମାନେ ମାତବ୍ୟକ୍ତ କରିବା ସହିତ ସୁଧୀର ଦାସ ଙ୍କ ନେତୃତ୍ୱ ପ୍ରତି ଜ଼ିଲ୍ଲା ବିଜେଡି ଭରସା ରହିଥିବା ପ୍ରକାଶ କରିଥିଲେ କିନ୍ତୁ ବିଜେଡି ବରିଷ୍ଠ ନେତା ସୁଧୀର ଦାସ ଙ୍କୁ ବଦନାମ କରିବା ବିଭିନ୍ନ ସମୟ ରର ଅପପ୍ରଚାର କରିଆସୁଛନ୍ତି କିନ୍ତୁ ଏହା କେବେ ଭି ସଫଳ ହେବା କୁ ଦେବୁ ନାହିଁ ବୋଲି l କେତେକ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡି ନେତା ଙ୍କୁ ନେଇ ରାୟଗଡା ଜ଼ିଲ୍ଲା ର ତୁଙ୍ଗ ବିଜେଡି ନେତା ଭିତିରି ଭିତିରି ଆଲୋଚନା କରୁଥିବା ର ବିଷୟରେ ବହୁ କର୍ମୀ ନେତା ଗୁଣୁପୁର ଠାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ରେ ଆଲୋଚନା କରୁଥିବା ର ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରର ସୁଧୀର ଦାସ କହିଥିଲେ ଜ୍ୱର ଆମରି ଦଳ ର ନେତା ଏକ ସେ ହେଉଛନ୍ତି ଦଳ ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସେ ଯେତେବେଳେ ଯାହା ଦାୟିତ୍ୱ ଦେଇଛନ୍ତି ତାହା ମୁଁ ପାଳନ କରୁଛି କିନ୍ତୁ ଦଳ ବିରୋଧୀ କିଛି କାମକରୁନାହିଁ କି ପଂଚାୟତ ଓ ପୌର ନିର୍ବାଚନ ରେ ଭିତିରି ଦଳ ବିରୋଧୀ କାମ କରୁନାହିଁ ମୋ କର୍ତ୍ତବ୍ୟ ଓ ଦାୟିତ୍ୱ ମୁଁ କରିଚାଲିଛି l
ବିଷମ କଟକ ଓ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର 26ତମ ପ୍ରତିଷ୍ଠା ଦିବସ ପାଳିତ ହେଲା କିନ୍ତୁ ଯୋଗ ଦେଲେନି ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ ଭାସ୍କର ରାଓ
ଅନ୍ୟ ପଟେ ଏନ ଭାସ୍କର ରାଓ ଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା l ବିଶେଷ ସୂତ୍ରରୁ ପ୍ରକାଶ ଜେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତ 10 ତରିଖ ରେ ଜିମିଡି଼ପେଟା ଠାରେ କୋଣ୍ଡା ବାବୁଙ୍କନେତୃତ୍ୱ ରେ ଓ ରାୟଗଡା ସହର ର ହୋଟେଲ ତେୱଜସ୍ୱିପଡ଼ିଆ ଠାରେ ଗତ 12 ତାରିଖ ରର ପ୍ରତିଷ୍ଠା ଦିବସ ପାଳନ ପାଇଁ ନିଷ୍ପତି ହୋଇଥିଲା କିନ୍ତୁ ବିଜେଡି ର ଉପରି ମହଲ ରୁ ଏହି କାର୍ଯ୍ୟକ୍ରମ କୁ ବନ୍ଦ ପାଇଁ ତାଗିଦ କରିବା ରୁ ତାହା ବନ୍ଦ ରହିଛି ଏନ୍ୟ ଏକ ତାରିଖରେ ବିଜେଡି ରାୟଗଡା ଜ଼ିଲ୍ଲା ପ୍ରଭାରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ ଓ ବିଜେଡି ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ବବି ଦାସ ଙ୍କ ଉପସ୍ଥିତିରେ ରାୟଗଡା ରେ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ lକାରଣ ବିଗତ ନିର୍ବାଚନ ପରେ ଏନ ଭାସ୍କର ରାଓ ଙ୍କୁ ରାୟଗଡା ଜିଲ୍ଲାରେ ଏକ ଘରକିଆ ଏବଂ ଅଣଦେଖା କରୁଥିବା ଜଣାପଡିଛି ଯଦି ଏ ଭଳି ପରିସ୍ଥିତି ରୁହେ ତେବେ ଆଗାମୀ ସାଧାରଣ ନିର୍ବାଚନ ରେ ଦଳ ର ସ୍ଥିତି କଣ ବୋଲି ପ୍ରଶ୍ନ ରେ ରାୟଗଡା ଜିଲ୍ଲାରେ ବିଜୁ ଜନତା ଦଳ ର ସ୍ଥିତି ଭଲ ଥିବା ପ୍ରକାଶ କରିଥିଲେ ଖୋଦ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, କୋମଳ ମୁଟିକା, ନାଇରା ରୁ ବିଜେଡି ନେତା ଶ୍ୟାମ ମହାନ୍ତି, ସୁବାଷ ଶବର, କ୍ଷୀରୋଦ ପଟ୍ଟନାୟକ ପଦ୍ମପୁର ବିଜେଡି ନେତା ରମାକାନ୍ତ ମାଝୀ, ରଘୁନନ୍ଦନ ନାୟକ, ଦୁର୍ଗା ସାହୁ ଗୁଡାରି ରୁ ସନ୍ତୋଷ ମହାନ୍ତି, କେଦାର ସାହୁ, ଚନ୍ଦ୍ରପୁର ରୁ ସୁଜିତ ବ୍ରେଡକା, କୋଇନ କିମ୍ଵାକା ଓ ପ୍ରମୋଦ ସାହୁକାର ଙ୍କ ନେତୃତ୍ୱ ରର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମ ରର ଯୋଗ ଦେଇଥିଲେ l


Share: