ଗଂଜେଇ ଜବତ

Share:

ସମୀର ରଞ୍ଜନ ନାୟକ ।

ଖୋର୍ଦ୍ଧା ଟାଉନ ଥାନା ପୁଲିସ ଗଂଜେଇ ଜବତ କରିଥିବା ଖବର ମିଳିଛି ।ମିଳିଥିବା ଖବର ଅନୁସାରେ ଗତକାଲି ବାଲିଗୁଡାରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱର ଅଭିମୁଖେ ଏକ ନିର୍ଦ୍ଧିଷ୍ଟ କାରରେ ପ୍ରବଳ ମାତ୍ରାରେ ଗଂଜେଇ ଚାଲାଣା ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସପିଓ ସୁଶୀଲ କୁମାର ମିଶ୍ର ଓ ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟନାୟକଙ୍କ ତତ୍ବlବଧାନରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଖୋର୍ଦ୍ଧା 16ନମ୍ବର ଜାତୀୟ ରାଜପଥ ରିଲାଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ od 02ଏଏଲ -5160 ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆମେଜ କାରକୁ ପୋଲିସ ସନ୍ଦେହ କରି ତଲାସି ନେଇ ଥିଲା l ଉକ୍ତ କାରରୁ ପାଞ୍ଚ ଟି ଗଂଜେଇ ବସ୍ତା ଜବତ କରିଛି l ଅନୁରୂପ ଭାବେ କାରରୂ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରା ହୋଇଯାଇଛନ୍ତି l ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲାର ଫତେଗଡ଼ ଥାନା ଅନ୍ତର୍ଗତ ଜାମୁସାହିର ଆକାଶ ସାହୁ (25) ଏ ସଂକ୍ରାନ୍ତରେ ଥାଉନ ଥାନା ପୋଲିସ 19 ଏନଡିପିଏସ ଅଧିନିୟମ ଅନୁଯାଇ କେସ ନମ୍ବର 383/21ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋଟ ଚଲାଣ କରିଛି l


Share: