ସୁବର୍ଣ୍ଣପୁର-ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗୋଡ଼ିଆ ଙ୍କ ଗ୍ରସ୍ତ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବର୍ଣ୍ଣପୁର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଆଜି ଜିଲ୍ଲାର ସର୍କିଟ ହାଉସଠାରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଛନ୍ତି ।ଜିଲ୍ଲାର ସୁବର୍ଣ୍ଣପୁରୀ ପାଟବସ୍ତ୍ରର ପ୍ରଶଂସା କରିବା ସହିତ ପଶ୍ଚିମ ଓଡିଶାର ବୁଣାକାରମାନଙ୍କ ଆର୍ଥିକ ଉନ୍ନତି କରିବା ପାଇଁ ତାଙ୍କ ଯୋଜନା ରହିଛି ବୋଲି କହିଛନ୍ତି ।ବୁଣାକାର ମାନଙ୍କ ଉଚିତ ପାରିଶ୍ରମିକ ସହିତ ସୁବର୍ଣ୍ଣପୁରୀ ପାଟବସ୍ତ୍ର ଓ ହସ୍ତତନ୍ତ ଆନ୍ତର୍ଜାତିକ ବଜାରରେ ଚହଳ ପକାଇଥିବା ବେଳେ ସୁବର୍ଣ୍ଣପୁରକୁ ଏକ ହବରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।

ସେହିପରି ଗୋ ସଂପଦର ସୁରକ୍ଷା ,ଗୋଚାରଣ ଭୂଇଁର ସୁରକ୍ଷା ,ହିନ୍ଦୁ ସଂପ୍ରଦାୟର ସୁରକ୍ଷା ସହିତ ଶାନ୍ତି ଜୀବନ ଯାପନ ତଥା ପଶ୍ଚିମ ଓଡିଶାର ବୁଣାକାର ତଥା ଦେଶର ଶ୍ରମଜିବୀଙ୍କ ଜୀବନ ଜିବିକା ଉପରେ ଉଦବେଗ ପ୍ରକାଶ କରିଛନ୍ତି ।ଅନ୍ତତଃ ଶ୍ରମଜିବୀମାନଙ୍କୁ ବାର୍ଷିକ ଛଅ ହଜାର ଟଂକା କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।ସହରରେ ବୟନ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବୁଣାକାରମାନଙ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ଯାଗାରେ ବୟନ କଳା ,ହସ୍ତତନ୍ତ ଉତ୍ପାଦିତ ସାମଗ୍ରୀ ବୁଲି ଦେଖିଛନ୍ତି ।ହିନ୍ଦୁ ସଂପ୍ରଦାୟର ସରଳ ଓ ସୁନ୍ଦର ଜୀବନ ଯାପନ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବା ପାଇଁ ଅନୁରୋଧ କରିଛନ୍ତି ।ଆନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦ ତଥା ଆନ୍ତରାଷ୍ଟ୍ରିୟ ବଜରଂଗ ଦଳର ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଅଯୋଧ୍ୟା ,କାଶୀ ଓ ମଥୁରା ଉପରେ ନିଜର ପ୍ରତିକ୍ରିୟା ବି ରଖିଛନ୍ତି ।ରାମ ମନ୍ଦିର ନିର୍ମାଣକୁ ସ୍ବାଗତ କରିବା ସହିତ ଦୀର୍ଘ ଦିନର ହିନ୍ଦୁ ସଂପ୍ରଦାୟର ଆଶା ପୂରଣ ହୋଇଛି ବୋଲି ମତ ପ୍ରଦାନ କରିଛନ୍ତି l


Share: