ପ୍ରେସ ୟୁନିୟନ ରାୟଗଡା ର 7 ତମ ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ଅଗ୍ରଣୀ ସାମ୍ବାଦିକ ସଙ୍ଘ ପ୍ରେସ ୟୁନିୟନ ର 7ତମ ବାର୍ଷିକ ଉତ୍ସବ ସ୍ଥାନୀୟ ହୋଟେଲ ଜେଜସ୍ୱୀ ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ ୟୁନିୟନ ସଭାପତି ମାଉଡି ବାରିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଢେଙ୍କାନାଳ ର ପୂର୍ବତନ ଲୋକସଭା ସାଂସଦ ତଥା ଦୈନିକ ଖବର କାଗଜ ଧରିତ୍ରୀ ପେପର ର ସମ୍ପାଦକ ତଥାଗତ ଶତପଥୀ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଜୋରନାଲିଜମ ଓ ମାସ କୋମ୍ୟୁନିଷନ ପ୍ରଫେସର ଡାକ୍ତର ଗଣେଶ ସେଠି ସମ୍ମାନିତ ଅତିଥିଭାବେ ସାଧ୍ବୀ ସଂଯୁକ୍ତା ସ୍ବର୍ଣ୍ଣ ସେତୁ ଆଶ୍ରମ ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଓ ରାୟଗଡା ର ଅଧିଷ୍ଠାତ୍ରୀ ଦେବି ମା ମଝିଘରିଆଣି ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ସୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ନିଜ ମନ୍ତବ୍ୟରେ ମନୁଷ୍ୟ ଜୀବନର ସାର୍ଥକତା ଉପରେ ଆଲୋକପାତ କରିବାସହିତ ସାମ୍ବାଦିକ ଙ୍କ ଭୂମିକା ସମାଜରେ ଅତି ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ l ମୁଖ୍ୟବକ୍ତା ଶ୍ରୀ ସେଠି କପି ପେଷ୍ଟ ସାମ୍ବାଦିକତା ଛାଡି ଘଟଣା ସ୍ଥଳ କୁ ଜାଇ ଘଟଣା ର ସତ୍ୟା ସତ୍ୟ ଅନୁସଧାନ କରି ଖବର ପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟଅତିଥି ପ୍ରିଣ୍ଟ ମେଡ଼ିଆ, ବୈଦୁତିକ ଗଣମାଧ୍ୟମ ଓ ୱେବ ମେଡ଼ିଆ ର ଗୁରୁତ୍ୱ ଉପରେ କହିଥିଲେ l ସମାଜରେ କୌଣସି ଘଟଣା ଘଟିଲେ ୱେବ ମେଡ଼ିଆ ସଂଗେ ସଂଗେ ଦେଖାଇଥାଏ ଏହି ଖବର କୁ ବୈଦୁତିକ ଗଣମାଧ୍ୟମ ତିନିଘଣ୍ଟା ପରେ ବ୍ରେକିଙ୍ଗ ଖବର କରି ପ୍ରସାରଣ କରିଥିବା ବେଳେ ପ୍ରିଣ୍ଟ ମେଡ଼ିଆ ବହୁ ସମୟ ପରେ ଖବର ଛାପି ଥାଏ l ଖବର ପ୍ରସାରଣ ପାଇଁ ପ୍ରିଣ୍ଟ ମେଡ଼ିଆ, ବୈଦୁତିକ ଗଣମାଧ୍ୟମ ଓ ୱେବ ମେଡ଼ିଆ କେହି ଛୋଟ କିଏ ବଡ଼ ନୁହେଁ ସମସ୍ତେ ସମାନ ବୋଲି କହିଥିଲେ l ସହର ର ବରିଷ୍ଠ ବିଜେଡି ନେତା ୟାଲା କୋଣ୍ଡା ବାବୁ,କାଶୀ ନାଇଡ଼ୁ, ଡାକ୍ତର ଦୁଷ୍ମନ୍ତ ମହାନ୍ତି, ବିନୋଦ ପଣ୍ଡା, ସତ୍ୟବାଦୀ ପତି ଙ୍କ ସମତେ ବହୁ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରେସ ୟୁନିୟନ ସମ୍ପାଦକ ଶିବାଜୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ l ସ୍ମଶାନ ରେ ଶହେରୁ ଉର୍ଦ୍ଧ ମୃତ ବ୍ୟକ୍ତଙ୍କ ଶବ ଦାହ ପାଇଁ ମାଗଣାରେ କାଠ ଯୋଗାଣ କରିଥିବା ରୁ ଆଦିବାସୀ ନେତା ଆପଲ ସ୍ୱାମୀ କାଡ୍ରାକା ଙ୍କୁ ୟୁନିୟନ ପକ୍ଷରୁ ଅତିଥି ମାନେ ସମ୍ମାନିତ କରିଥିଲେ l କାସିଙ୍ଗିପୁର ର କଶ୍ଚିମ ଚାଚା କରନା ସମୟ ରେ ସହ ସହ ଲୋକଙ୍କୁ ମାଗଣା ଖାଦ୍ୟ ଦେଇ ଥିବା ରୁ ତାଙ୍କୁ ମଧ୍ୟ୍ୟ ସମ୍ମାନିତ କରାଯାଇଥିଲା l ଦୀର୍ଘ 7 ବର୍ଷ ଧରି ୟୁନିୟନ ଲୋକଙ୍କ ପାଇଁ ସଦା ସର୍ବଦା କାମ କରିଆସୁଛି ଭଲି ଶିବାଜୀ କହିଥିଲେ l ନିମନ୍ତ୍ରିତ ଅତିଥି ଙ୍କୁ ପ୍ରେସ ୟୁନିୟନ ପକ୍ଷରୁ ଉତ୍ତରୀୟ ସହିତ ମା ମଝିଘରିଆଣି ଙ୍କ ଫୋଟ ଚିତ୍ର ଦେଇ ସମ୍ମାନିତ କରାଯାଇଥିଲା lପରିଶେଷରେ ରଶ୍ମି ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ l ଉଦଘୋଶିକା ବିଦିଶା ଶତପଥୀ ମଞ୍ଚ ପରିଚାଳନା କରିଥିଲେ l


Share: