ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା : ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଛି। ଏହି ପ୍ରତିଯୋଗିତା ସକାସେ ସକାଳ ୯ ଘଣ୍ଟ। ସମୟ ରେ କ୍ରୀଡ଼ାବିତ୍ ମାନଙ୍କ ଗୋଟିଏ ବିରାଟ ସୋଭାଯାତ୍ରାରେ ମାଁ ମଝିଘରିଆଣୀ ମନ୍ଦିର ରୁ ମସାଲ କି ସହର ପରିକ୍ରମା କରି କଲେଜ ପରିସର କୁ ଅଣାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡକ୍ଟର କୁ ମୁ ଦ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ପତାକା ଉତ୍ତାଳନ କରିବା ସହିତ ଖେଳ ପ୍ରତିଯୋଗିତାକୁ ଉଦ୍‌ଘାଟନ କରି କ୍ରୀଡାବିତ୍‌ ମାନଙ୍କୁ ସପଥ ପାଠ କରାଇଥିଲେ ଓ ଖେଳାଳି ମନୋଭାବ ନେଇ ଖେଳିବା ପାଇଁ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶନ୍ନ କୁମାର ଗନ୍ତାୟତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। କରନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି କଲେଜ ରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇପାରିନଥିଲା ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଉଭୟ ଛାତ୍ର ଛାତ୍ରୀଙ୍କ ସହିତ କଲେଜ ଷ୍ଟାଫ ଅତିଆନନ୍ଦିତ ବୋଲି କହିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମକୁ ରାୟଗଡା ର ଶିକ୍ଷା ବିଭାଗ ରେ ବିଭିନ୍ନସ୍କୁଲ ରେ କ୍ରୀଡା ଶିକ୍ଷକ ମାନେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କ୍ରୀଡା କାର୍ଯ୍ୟକ୍ରମ କି ପରିଚାଳନା କରିବେ ବୋଲି କଲେଜ ଅଧକ୍ଷ ଗନ୍ତାୟତ କହିଛନ୍ତି lକ୍ରୀଡା ସଂସଦର ଉପସଭାପତି ଶ୍ରୀ କେ ଶଶି ସହଉପସଭାପତି ଶ୍ରୀ ଗିରୀସ୍‌ ପଟ୍ଟନାୟକ, ଅଶୋକ କୁମାର ସାହୁ, ମନୋଜ ପଟ୍ଟନାୟକ, ସ୍ନେହାଞ୍ଜଳୀ ପାଣ୍ଡେ, ଦମୟନ୍ତି ବାଗ ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିବର ଦେଖିବାକୁ ମିଳିଛି l


Share: