ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ,

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଢେଙ୍କାନାଳ :- ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି , ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଏକ ସୁସ୍ଥ ସମାଜ ଗଠନ ରେ ଶିକ୍ଷା ସହିତ ସଂସ୍କାର ର ଭୂମିକା ଉପରେ ଯୁବ ଛାତ୍ର ଛାତ୍ରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, କାର୍ଯ୍ୟକ୍ରମ ର ସଂଯୋଜକ ତଥା ଦର୍ଶନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ଶ୍ରୀ ଶରଦା ପ୍ରସନ୍ନ ପତି ଏକ ଉଜ୍ୱଳ ଭବିଷ୍ୟତ ଗଠନ ରେ ନୈତିକ ମୂଲ୍ୟବୋଧ ର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ,ନୋଡାଲ ପ୍ରଶିକ୍ଷକ ଭାବେ ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ା ରଜନୀକାନ୍ତ ଖୁଣ୍ଟିଆ କମ୍ପୁଟର ବିଜ୍ଞାନ ର ବିଭାଗ ମୁଖ୍ୟ ଶ୍ରୀ ଦିଲୀପ କୁମାର ନାୟକ ଓ ଓଡିଶା ବିଭାଗର ଅଧ୍ୟାପକ ଶ୍ରୀ ରଶ୍ମିରଂଜନ ନାୟକ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନ ଓ ବ୍ୟତୀତ୍ଵ ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗର ବହୁ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, l


Share: