ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକାଙ୍କ ପୁରୀ ଜିଲ୍ଲା ଗସ୍ତ

Share:

ସ୍ବାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ, ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଓଡିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ୟାମିନୀ ଷଡଙ୍ଗୀ ପୁରୀ ଜିଲ୍ଲା ଗସ୍ତକରି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ ଓ ଧାନ ସଂଗ୍ରହ ସଂପର୍କିତ ବ୍ୟବସ୍ଥାର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ବୈଠକରେ ଧାନ ସଂଗ୍ରହ ଓ ମଣ୍ତି ଭିତ୍ତିଭୂମି ବ୍ୟବସ୍ଥା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୨୯ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ । ଚାଷୀମାନେ ସେମାନଙ୍କ ଅମଳ ଧାନକୁ ସୁବିଧାରେ ବିକ୍ରୟ କରିପାରିବେ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀମତୀ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି । ପରେ ନିର୍ଦ୍ଦେଶିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର, ଟୀକାକରଣ, ଅକ୍ସିଜେନ ପ୍ଲାଣ୍ଟ ଯାଞ୍ଚ, କୋଭିଡ ପ୍ରସ୍ତୁତି ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି । ମାଳତୀପାଟପୁର ଓ ସାକ୍ଷୀଗୋପାଳ ଗସ୍ତକରି ମଣ୍ତି ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଛନ୍ତି ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାସ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା, ଜିଲ୍ଲା ସମବାୟ ସମିତି ଉପ ନିବନ୍ଧକ ଶ୍ରୀ ଭୀମସେନ ସାହୁ, ଡିପିଏମ ଶ୍ରୀ ଟି. ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ ।


Share: