ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରେ ଶ୍ରୀରାମ ନବମୀ ବିରାଟ ଶୋଭାଯାତ୍ରା ସହିତ ପାଳିତ

Share:

ଅମୁଲ୍ୟ ନିଶଙ୍କ

 ରାୟଗଡା :ରାୟଗଡା ଜିଲ୍ଲା ର ରାୟଗଡା ସହର, ରାମନାଗୁଡା , ଗୁଣୁପୁର, ଟିକିରି, କାଶୀପୁର, ମୁନିଗୁଡା, ବିଷମକଟକ, ପଦ୍ମପୁର, ଲିମାପଦର ଆଖୁଶିଙ୍ଗ ଠାରେ ଥିବା ଶ୍ରୀରାମ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀରାମ ନବମୀ ପାଳନ କରାଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି l ବଜରଙ୍ଗ ଦଳ ଯୁବକ ମାନଙ୍କ ତରଫରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କର ଜନ୍ମ ଜୟନ୍ତୀ ବା ଶ୍ରୀରାମ ନବମୀ ଅବସରରେ ଗୁରୁବାର ଦିନ ହିନ୍ଦୁତ୍ୱ ସତ୍ୟ ସନାତନ ଧର୍ମର ବାର୍ତା ନେଇ ସନାତନ ଧର୍ମ ପାଳନ କରିବାକୁ ଏହି ବଜରଙ୍ଗୀ ଦଳ ଏକ ବିଶାଳ ପଟୁଆରରେ ରାମଭକ୍ତ ହନୁମାନଙ୍କର ପତାକା ଧରି ବାଇକ ରାଲିର ଆୟୋଜନ କରିଥିଲେ ।ଏଥିରେ ଅଂଶଗ୍ରହଣ କରିଥିବା ବଜରଙ୍ଗୀ ଦଳର ସମସ୍ତ ଯୁବକ ମାନେ ପ୍ରଥମେ ରାୟଗଡା ସହର ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ସେଠାରୁ ନଗର ପରିକ୍ରମା କରିବା ସହିତ ସ୍ଥାନୀୟ ଶିବ ମନ୍ଦିରରେ ପହଞ୍ଚି ରାମ ଭକ୍ତ ହନୁମାନଙ୍କର ପୂଜା କରାଯାଇଥିବା ବେଳେ
ସନ୍ଧ୍ୟା ସମୟରେ ରାୟଗଡା ସହର ର ରିଙ୍ଗ ରୋଡ ରର ଅବସ୍ଥିତ ପବନପୁତ୍ର ଆଞ୍ଜେ୍ନେୟ ଙ୍କ ମନ୍ଦିର ରୁ ଭକ୍ତମାନେ ଏକ ବିରାଟ ପାଟୁଆରେ ପଦ୍ମପୁର ରୁ ଆସିଥିବା ଘୁମୁରା ବାଦ୍ୟ ର ତାଳେ ତାଳେ ସହର ପରିକ୍ରମା କରିଥିଲେ l ଶିବ ମନ୍ଦିର ନିକଟରେ ଆଜିର ଏହି ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା l
ଏହି ଶ୍ରୀରାମ ନବମୀ ଶୋଭାଯାତ୍ରା ରେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଣ ଘଟେ ସେଥିପାଇଁ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ନିମନ୍ତେ ରାୟଗଡା ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମନେ ସଦଳବଳେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ବାଇକ ରାଲି ମାଧ୍ୟମରେ ଯେଉଁମାନେ ହିନ୍ଦୁ ପରମ୍ପରା ଓ ସନାତନ ଧର୍ମକୁ ଭୁଲି ଆଧୁନିକ ଢାଞ୍ଚା କୁ ଆପଣାଉଛନ୍ତି ସେଥିପାଇଁ ଆମ ମୂଳ ପରମ୍ପରା ନୀତି ନିୟମକୁ ବଞ୍ଚେଇ ରଖିବା ପାଇଁ ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚେଇବା ଲକ୍ଷ୍ୟ ନେଇ ହନୁମାନଙ୍କର ପତାକା କୁ ସାଙ୍ଗରେ ଧରି ବାଇକ ରାଲି ମାଧ୍ୟମରେ ହଜିବଯାଉଥିବା ହିନ୍ଦୁ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ବଜରଙ୍ଗୀ ଦଳ ପକ୍ଷରୁ କୁହାଯାଇଛି ।


Share: