ଠାକୁରଙ୍କ ଜମି ବିକ୍ରି କୁ ଅଞ୍ଚଳ ବାସୀଙ୍କ ବିରୋଧ

Share:

ଡେଲ୍ଲୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ଠାକୁରଙ୍କ ଜମିକୁ ଅଞ୍ଚବାସୀଙ୍କ ଘୋର ବିରୋଧ ଶ୍ରୀ ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ ଗମ୍ଭାରୀମୁଣ୍ଡା ଦେବତ୍ୱର ଏଣ୍ଡୋକ୍ସ ବହିରେ 48. ପି ପି ରେକର୍ଡ ଭୁକ୍ତ ଥିଲେହ୍ନେ ତାର ମାର୍ଫଦାର ମାଲୁ ପରିବାର ପ୍ରାଇଭେଟ ଠାକୁର ନିଜପରିବାରର ସମସ୍ତ ମେମ୍ବର ବୋର୍ଡ଼ କମିଟିରେ ରହି ମନଇଚ୍ଛା ଠାକୁରଙ୍କ ଜମିବିକ୍ରି ଓ ନୀତିନିଅମ ଅନୁଯାଇ ମନ୍ଦିରର ପରିଚାଳନା କାର୍ଯ୍ୟ କରିପାରୁନାହାନ୍ତି ସେଥିପ୍ରତି ଗମ୍ଭାରୀମୁଣ୍ଡା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ଆଜି ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ ସ୍ବର୍ଗତ ଶ୍ରୀ ଭାଗିରଥି ମାଲୁ ମନ୍ଦିର ସ୍ଥାପନ କରିଥିଲେ ହେଁ ତାଙ୍କର ଦାୟାଦ ମାନେ କିଛି କୁ ଚକ୍ରାନ୍ତି ଏବଂ କୁଜି ରାଜନେତା ଓ ଜମିବ୍ରୋକର ମାନଙ୍କ ଦ୍ୱାରା ପରିଚାଳିତ ହୋଇ ଠାକୁରଙ୍କ ଜମିକୁ ବିକ୍ରୟ କରୁଛନ୍ତି ବୋଲି ଗମ୍ଭାରୀମୁଣ୍ଡା ଗ୍ରାମର ଶତାଧିକ ମହିଳା ଏହାକୁ ବିରୋଧ କରିଛନ୍ତି ଏବଂ ଶ୍ରୀ ପତିତପାବନ ଦେବଙ୍କ ପ୍ରତି ଅନ୍ୟାୟ କୁ ଭାଟପଡା ସୀମାବାସୀ ଙ୍କର ଜନଅସନ୍ତୋଷ ଦେଖାଦେଇଛି


Share: