କନ୍ଦରପୁର କଲେଜରେ ଦୁର୍ନୀତି ନିରାକରଣ ସଚେତନ ସପ୍ତାହ -୨୦୨୧ ପାଳିତ ।

Share:

ଓଡିଶା ବ୍ୟୁରୋଚିଫ ।

କଟକ ସଦର କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜ ପ୍ରାଙ୍ଗଣରେ ଦୁର୍ନୀତି ନିରାକରଣ ସଚେତନତା ସପ୍ତାହ -୨୦୨୧ ପାଳିତ ହୋଇଯାଇଛି। ଏହି ସଭାରେ ଅଧକ୍ଷ ସାରଦା ପ୍ରସନ୍ନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରାଧ୍ୟାପକ ବିଜୟ କୁମାର ପାତ୍ର,ପ୍ରାଧ୍ୟାପକ ଡକ୍ଟର ଅଲେଖ ଚନ୍ଦ୍ର ସାହୁ, ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ନମିତା ପଟ୍ଟନାୟକ, ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ଥିଲେ। ସଭାକୁ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ ସଂଯୋଜନା କରିଥିବାବେଳେ ବରିଷ୍ଠ କିରାଣୀ ଧୁସାସନ ବେହେରା,ଜିତେନ୍ଦ୍ର ସାହୁ, ନିରଞ୍ଜନ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।


Share: