ରାୟଗଡା ବିଜେଡି କାର୍ଯ୍ୟାଳୟ ସାଙ୍ଗକୁ ସରକାରୀ ଓ ବେସରକାରୀ କାର୍ୟଳୟ ରେ ଗଣତନ୍ତ୍ର ଦିବସ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା ଜ଼ିଲ୍ଲା ର ସଦର ମହକୁମା ରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରର ଜାତୀୟ ପତାକା ଉତ୍ତୋଳନ କରି 74 ତମ ଗଣତନ୍ତ୍ର ଦିବସ କୁ ଅତି ଆଡମ୍ବର ରର ପାଳିତ ହୋଇଯାଇଛି l ଜ଼ିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରର ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ l ଠିକ ସେହିପରି ଆଜି ରାୟଗଡ଼ାର ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ୭୪ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ବରିଷ୍ଟ ଆଇନ ଜିବି ବ୍ରଜସୁନ୍ଧର ନାୟକ, ବରିଷ୍ଟ ସଂଗଠକ ୟାଲା କୋଣ୍ଡା ବାବୁ, ବରିଷ୍ଟ ଆଇନ ଜିବି ୟାଲା ମଧୁସୁଦନ ରାଓ, ବିରଜା ପାତ୍ର, ନିଳ ଗନ୍ତାୟତ, କାଶୀ ନାଇଡୁ ଏବଂ ଅନ୍ୟ ବିଜୁ କର୍ମୀ ମାନେ ରହି ଜାତୀୟ ପତକା ଉତ୍ତୋଳନ କରି ମହାପୁରଷଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟ ରେ କହିଥିଲେ ରାୟଗଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ କାର୍ଯ୍ୟଲୟରେ ଜାତୀୟ ପତକା ଉତ୍ତୋଳନ କରି ଆମେ ନିଜକୁ ଗର୍ବିତ ମନେକରୁଛୁ l ବିଜେଡି କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତୋଳନ ପରେ କୋଣ୍ଡା ବାବୁ ଓ କାଶୀ ନାଇଡ଼ୁ ଙ୍କ ସହିତ ବହୁ ବିଜେଡି କର୍ମୀ ମେଡିକାଲ ଅନାଥ ଆଶ୍ରମ, ଵୃଦ୍ଧାଶ୍ରମ ଓ ସ୍ଵଧା ଗୃହ କୁ ଜାଇ ମିଷ୍ଟାନ ସହିତ ଫଳ ବାଣ୍ଟିଥିଲେ l କୋଣ୍ଡା ବାବୁ ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେଇ କହିଥିଲେ ଜେ ଭାରତ ଏକ ବିଶାଳ ଦେଶ ଏହି ଦେଶରେ ବିଭିନ୍ନ ଭାଷା ଭାସି ସହିତ ବହୁ ଧର୍ମବଲମ୍ବୀ ବାସ କରନ୍ତି ମାତ୍ର ଆଜିର ଦିନରେ ସମସ୍ତେ ନିଜକୁ ଭାରତୀୟ କହି ଗର୍ବିତ ହୋଇଥାନ୍ତି l ଆଜିର ଏହି ଗଣତନ୍ତ୍ର ଦିବସ ରର ଅତିଥି ମାନେ ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ନିଜକୁ ବଳି ଦେଇଥିଲେ ତାଙ୍କୁ ମନେ ପକାଇଥିଲେ l ଆଜିର ପିଲାମାନେ ଆଗାମୀ ଦିନର ଭବିଷ୍ୟତ ସେମାନେ ଦେଶମାତୃକାର ସେବା ପାଇଁ ଆଗେଇ ଆସିବାକୁ କହିଥିଲେ l


Share: