ବଂଶଧାରା ନଦୀ ପାଣି ବ୍ୟବହାର କରୁଛି ଆନ୍ଧ୍ର ପ୍ରଦେଶ ସରକାର ଆଖି ବନ୍ଦ କରି ଚୁପ ବସିଛି ଓଡିଶା ସରକାର ପ୍ରସ୍ତାବ ରେ ଅଟକି ରହିଛି ପାଣିଡଙ୍ଗର ଯୋଜନା

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର, ରାମନାଗୁଡ଼ା ଓ ଗୁଣୁପୁର ଓ ଗଜପତି ଜ଼ିଲ୍ଲା ର କାଶୀନଗର ବ୍ଲକ ଦେଇ ପ୍ରବାହିତ ବଂଶଧାରା ନଦୀ ଜଳକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇ ପାରୁନାହିଁ ଓଡିଶା ସରକାର ଙ୍କ ପକ୍ଷରୁ l କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାର ଆନ୍ଧ୍ର ଦେଇ ପ୍ରବାହିତ ବଂଶଧାରା ନଦୀ ଜଳକୁ ବ୍ୟବହାର କରି ଗୋଟା ବେରେଜ ଓ ନେରେଡି ଯୋଜନା କରି ଏହି ନଦୀର ଜଳକୁ ଚାଷୀ ଙ୍କ ଜମି କୁ ପାଣି ଯୋଗାଇ ଦେଉଛି l ସେଥିପାଇଁ ଆନ୍ଧ୍ର ଚାଷୀ ମାଲାମାଲ ହେଉଥିବା ବେଳେ ଓଡିଶା ଚାଷୀ ପେଟରେ ଓଦାକନା ଦେଇ ଶୋଉଛି l ବିଭିନ୍ନ ସମୟରେ ଓଡିଶା ରାଜ୍ୟ ସରକାର ବଂଶଧାରା ଜଳ ବ୍ୟବହାର ପାଇଁ ଯୋଜନା ମାନ କରୁଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାର ଙ୍କ ପ୍ରସ୍ତାବ ପ୍ରସ୍ତାବ ରେ ହିଁ ଅଟକି ଯାଉଛି l ବଂଶଧାରା ନଦୀ ଜଳକୁ ବ୍ୟବହାର ପାଇଁ 61 ବର୍ଷ ତଳେ 1961ମସିହାରେ ଗୁଣୁପୁର ଉପଖଣ୍ଡ ର ଗୁଡାରି ନିକଟରେ ପାଣିଡ଼ଙ୍ଗର ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଥିଲେ l ପ୍ରସ୍ତାବିତ ପାଣିଡ଼ଙ୍ଗର ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ରାଜ୍ୟ ସରକାରଙ୍କ ଅପାରଗତା ଆଡକୁ ଆଙ୍ଗୁଳି ନିର୍ଦେଶ କରୁଛି l ଠିକ ସେହିପରି 2006 ମସିହାରେ ଓଡିଶା ସରକାର ଙ୍କ ତତ୍କାଳୀନ ଜଳସମ୍ପଦ ମନ୍ତ୍ତୀ ଶ୍ରୀ ରବି ନନ୍ଦ ବଂଶଧାରା ନଦୀ ସହ ଗଞ୍ଜାମ ଜ଼ିଲ୍ଲା ର ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପାଇଁ ଶୁଭ ଦେଇ ଗୁଡାରି ଠାରେ ଏକ କାର୍ଯ୍ୟାଳୟ ଖୋଲିଥିଲେ l ଦୁର୍ଭାଗ୍ୟ ର ବିଷୟ ଏହି କି ଯେ ଏହି ନଦୀ ସଂଯୋଗୀକରଣ ଯୋଜନା ଇଞ୍ଚେ ମଧ୍ୟ୍ୟ ଆଗେଇ ପାରିନାହିଁ l ଜ଼ିଲବାସୀଙ୍କ ପାଇଁ ଉଦିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜ଼ିଲ୍ଲା କୌଣସି ରାଜନେତା ମୁଣ୍ଡ ପୁରଉନାହାନ୍ତି l ଏହି ଜ଼ିଲ୍ଲା ରେ ମାଳ ମାଳ ସାଂସଦ ପୂର୍ବତନ ସାଂସଦ ବିଧାୟକ ପୂର୍ବତନ ବିଧାୟକ ମନ୍ତ୍ରୀ ସର୍ବପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି ନିଜ ଅଞ୍ଚଳ ପ୍ରକଳ୍ପ ର ଉନ୍ନତି ପାଇଁ ମୁଣ୍ଡ ନ ପୁରାଇ ରାଜନୀତି ଫାଇଦା ପାଇଁ ମହାନଦୀ ବଞ୍ଚାଓ ଓ ପୋଲାଭରମ କୁ ବିରୋଧ କରି ରାଜରାସ୍ତା କୁ ଉଲ୍ଲାହି କୁମ୍ଭୀର କାନ୍ଦଣା କାନ୍ଦିବା ସହିତ ଜ଼ିଲ୍ଲା ବନ୍ଦ ଡାକରା ଦିଅନ୍ତି ଯୋଦ୍ୱାରା ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି l
ଅନୁସନ୍ଧାନରୁ ଜଣାପଡିଛିଯେ ଓଡିଶା ଓ ଆନ୍ଧ୍ର ଦେଇ ପ୍ରବାହିତ ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ 60 ବର୍ଷ ପୂର୍ବେ 1962 ମସିହାରେ ପ୍ରଥମେ ଆନ୍ଧ୍ର ସରକାର ହିର୍ମାଣ୍ଡାଳମ ନିକଟସ୍ଥ ଗୋଟା ଠାରେ ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଥିଲେ l ଓଡିଶା ରେ ସେହିସମୟରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ନେତୃତ୍ବାଧୀନ ସରକାର ଆନ୍ଧ୍ର ର ଗୋଟା ପ୍ରକଳ୍ପକୁ ତୀବ୍ର ବିରୋଧ କରିବାରୁ ଉଭୟ ରାଜ୍ୟ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା l ସେତେବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଥିଲେ ସ୍ବର୍ଗତ ନିଲମ ସଂଜୀବ ରେଡି ଗୋଟା ଠାରେ ବ୍ୟାରେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରିଥିଲେ l ତତ୍କାଳୀନ କେନ୍ଦ୍ର ଜଳସେଚନ ମନ୍ତ୍ରୀ ଇଂ କେ ଏଲ ରାଓ ଏକ ଇଞ୍ଜିନିୟର ଦଳକୁ ପଠାଇ ବଂଶଧାରା ନଦୀ ଉପରେ ସର୍ଭେ କରିଥିଲେ l କେନ୍ଦ୍ର ଜଳସେଚନ ମନ୍ତ୍ରୀ ଇଂ ରାଓ ତାଙ୍କ ରିପୋର୍ଟ ରେ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ବଂଶଧାରା ନଦୀ ଜଳ ବ୍ୟବହାର କରିବା ଅଧିକାର ରହିଥିବା ଉଭୟ 50-50 ପ୍ରତିଶତ ଜଳ ବ୍ୟବହାର କରିପାରିବେ ବୋଲି କହିଥିଲେ l ଓଡିଶା ସରକାର ଗୁଣୁପୁର ଉପଖଣ୍ଡ ର ଗୁଡାରି ନିକଟସ୍ତ ପାଣିଡ଼ଙ୍ଗର ଠାରେ ଓ ଆନ୍ଧ୍ର ସରକାର ହିରମଣ୍ଡଳମ ନିକଟରେ ଗୋଟା ବ୍ୟାରେଜ ନିର୍ମାଣ ସବୁଜ ସଂକେତ ମିଳିଥିଲା l ଏ ନେଇ ଆୟୋଜିତ ବୈଠକ ରେ ଉଭୟ ରାଜ୍ୟ ସରକାରଙ୍କ ପ୍ରତିନିଧି ଙ୍କ ଉପସ୍ଥିତି ଏକ ଚୁକ୍ତି ନାମା ସ୍ଵାକ୍ଷର ହୋଇଥିଲା l ତଦନୁସାରେ ଆନ୍ଧ୍ର ସରକାର ଗୋଟା ଠାରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରି 1972ମସିହାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ବମ କେନାଲ ଅଂଚଳର ହଜାର ହଜାର ଏକର ଚାଷ ଜମିକୁ ଜଳସେଚିତ କରିବାରେ ସକ୍ଷମ ହୋଇଥିଲା l କିନ୍ତୁ ଓଡିଶା ସରକାର ଚୁକ୍ତି ଅନୁଯାଇ ପାଣିଡ଼ଙ୍ଗର ନିକଟରେ ବ୍ୟାରେଜ ନିର୍ମାଣ ନ କରି ଚୁପ ବସିରହିଲେ l ଆଶ୍ଚର୍ଯ୍ୟ ର ବିଷୟ ଏହିକି ଯେ ଆନ୍ଧ୍ର ସରକାର ବଂଶଧାରା ନଦୀ ଉପରେ ଦ୍ୱତୀୟ ବ୍ୟାରେଜ ନିର୍ମାଣ ପାଇଁ 1980 ମସିହାରେ ଗୁଣୁପୁର ସହର ଠାରୁ ମାତ୍ର 10 କିଲୋମିଟର ଦୂରରେ ତଳମୁଣ୍ଡରେ ନେରେଡି ଠାରେ ଅନ୍ୟ ଏକ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ଯୋଜନା ପ୍ରସ୍ତୁତ କରି କେନ୍ଦ୍ର ସରକାର ଙ୍କ ଉପରେ ଚାପ ପ୍ରୟୋଗ କରି ସର୍ଭେ କାର୍ଯ୍ୟ ଶେଷ କରିବା ସହିତ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାମ କାମ ଶେଷ କରିଦେଇଥିଲେ l ଏହି ନେରିଡି ପ୍ରକାଳ କୁ ବିରୋଧ କରି ଗୁଣୁପୁର ସହର ଓ ବ୍ଲକ ଓ ଗଜପତି ଜ଼ିଲ୍ଲା ର କାଶୀନଗର ବ୍ଲକ ର ଶତାଧିକ ଗ୍ରାମ ଓ ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡିଯିବାର ଆଶଙ୍କା ଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା l ସେତେବେଳେ ବିପ୍ଲବୀ ନେତା ସ୍ବର୍ଗତ ନାଗଭୁଷଣ ପଟ୍ଟନାୟକ ଓ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଭୁବନ ମୋହନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଆନ୍ଦୋଳନ ଓ ଆମରଣ ଅନଶନ ଇତ୍ୟାଦି କରାଯାଇ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସରକାର ଉପରେ ଚାପ ପ୍ରୟୋଗ କରାଯାଇଥିଲା l ଆନ୍ଦୋଳନ ତୀବ୍ରତର ହେବାରୁ ରାଜ୍ୟ ସରକାର କେନ୍ଦ୍ରରେ କଂଗ୍ରେସ ସରକାର ଙ୍କ ଉପରେ ଚାପ ପ୍ରୟୋଗ କରି ଉକ୍ତ ପ୍ରକଳ୍ପ କୁ କିଛି ବର୍ଷ ପାଇଁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ l କିନ୍ତୁ ଆନ୍ଧ୍ର ସରକାର ଚୁପ ନ ରହି ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖି 2003 ମସିହାରେ ନେରେଡି ନିକଟ କାଟ୍ରାଗାଡା ରେ ବଂଶଧାରା ନଦୀ ଉପରେ 950କୋଟି ଟଙ୍କା ବ୍ୟୟରେ ଏକ ରବର ଡ୍ୟାମ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜ ଶେଖର ରେଡି ସରକାର ଶୁଭାରମ୍ଭ କରିଥିଲେ l ଡାହାଣ କେନାଲରେ ପାଣି ନେଇ ଶ୍ରୀକାକୁଲମ ଓ ବିଜୟନଗରମ ଜ଼ିଲ୍ଲା ର ଚାଷ ଜମି ଗୁଡିକୁ ଜଳସେଚିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ l ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ଆରମ୍ଭ କରି ପ୍ରାୟ 50ପ୍ରତିଶତ କାର୍ଯ୍ୟ ଶେଷ କରିଥିଲେ l ଗୁଣୁପୁର ଓ କାଶୀନଗର ଅଞ୍ଚଳରେ ଆନ୍ଧ୍ରର କାଟ୍ରାଗାଡା ପ୍ରକଳ୍ପ କୁ ତୀବ୍ର ବିରୋଧ ସହ ଆନ୍ଦୋଳନ କରାଯାଇଥିଲା l ଠିକ ଏହା ପରେ ଓଡିଶା ର ନବୀନ ସରକାର ଙ୍କ ଚେତାପସିଥିଲା l ଆନ୍ଧ୍ର ସରକାର କୁ ଚକମା ଦେଖାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଂଶଧାରା – ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ l ଏହା ଦ୍ୱାରା ଆନ୍ଧ୍ର କୁ ଆବଶ୍ୟକ ଜଳ ନ ମିଳିଲେ କାଟ୍ରାଗାଡା ପ୍ରକଳ୍ପ ଫେଲ ହେବ ବୋଲି ଚିନ୍ତା କରାଯାଇଥିଲା l ନଦୀ ସଂଯୋଗୀକରଣ ଦ୍ୱାରା ଉଭୟ ରାୟଗଡା ଓ ଗଞ୍ଜାମ ଜ଼ିଲ୍ଲାର ହଜାର ହଜାର ଲକ୍ଷ ଜମି ଜଳସେଚିତ ହେବା ଦ୍ୱାରା ଚାଷୀ ଉପକୃତ ହେବେ, ନଦୀର ବନ୍ୟା ନିୟନ୍ତ୍ରଣ ସହ ଲୋକଙ୍କୁ ଆବଶ୍ୟକ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ l ବିଶେଷ କରି ବ୍ରହ୍ମପୁର ସହର ପାଇଁ ଜଳ ସଙ୍କଟ ଦୂର ହୋଇପାରିବ ବୋଲି ପରିକଳ୍ପନା କରାଯାଇଥିଲା l ଗୋଟିଏ ପଟେ 2006 ମସିହା ଜୁନ ମାସ ରେ ରାୟଗଡା ଜ଼ିଲ୍ଲା ର ଗୁଡାରିରେ ବଂଶଧାରା – ଋଷିକୁଲ୍ୟା ଡିଭିଜନ ନାମରେ ଏକ ସର୍ଭେ ଅଫିସ କୁ ତତ୍କାଳୀନ ଜଲସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଉଦଘାଟନ କରିଥିଲେ l ସେହି ବର୍ଷ ଓଡିଶା ସରକାର କାଟ୍ରାଗାଡା ପ୍ରକଳ୍ପ ବନ୍ଦ କରିବା ପାଇଁ ସୁପ୍ରିମ କୋର୍ଟ ଙ୍କ ଦ୍ୱାରସ୍ତ ହୋଇ ହୋଇ ବଂଶଧାରା ଟ୍ରିବୁନେଲ ଗଠନ କରିବାକୁ ନିବେଦନ କରିଥିଲେ l ସୁପ୍ରିମକୋର୍ଟ ଙ୍କ ନିର୍ଦେଶ କ୍ରମେ 2010 ମସିହାରେ ବଂଶଧାରା ଟ୍ରିବୁନାଲ ଗଠନ କରାଯାଇ ପୁନଃ ସର୍ଭେ ପାଇଁ କେନ୍ଦ୍ରୀୟ ଜଳ ଆୟୋଗକୁ ନିର୍ଦେଶ ଦିଆଯାଇଥିଲା l 2010 ମେ 22 ତାରିଖରେ ବଂଶଧାରା -ଋଷିକୁଲ୍ୟା – ନାଗାବଳି ଡିଭିଜନ ର ଇଞ୍ଜିନିଅର ଇନ ଚିଫ ଆର ଏନ ସ୍ୱାଇଁ ଓ ଜଲସମ୍ପଦ ବିଭାଗ ର ସଚିବ ତଥା ବର୍ତମାନ ର ମୁଖ୍ୟ ସାଶନ ସଚିବ ଶ୍ରୀ ସୁରେଶ ମହାପାତ୍ର ଙ୍କ ନେତୃତ୍ୱ ରେ ଏକ 5 ଜଣିଆ ଇଞ୍ଜିନିଅର ଦଳ ପ୍ରକଳ୍ପ ସ୍ଥଳ ଓଡିଶା ଆନ୍ଧ୍ର ପଟ କୁ ଯାଇ ସର୍ଭେ କରି ଫେରି ଯାଇଥିଲେ l ହେଲେ ପରବର୍ତୀ ସମୟରେ ନବୀନ ସରକାର ଙ୍କ ବଂଶଧାରା – ଋଷିକୁଲ୍ୟା ନଦୀ ସଂଯୋଗୀକରଣ ଯୋଜନା ମଧ୍ୟ୍ୟ ପାଣିଡ଼ଙ୍ଗର ପ୍ରକଳ୍ପ ଭଳି ଫୁ ହୋଇ ପବନରେ ମିଳେଇଗଲା l ଗୁଣୁପୁର ର ବର୍ତମାନ ର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ନିର୍ବାଚିତ ହେବା ଦିନରୁ ପ୍ରତ୍ୟକ ବିଧାନସଭା ଚାଲୁଥିବା ସମୟରେ ପାଣିଡ଼ଙ୍ଗର ପ୍ରକଳ୍ପ କଥା ଉଠନ୍ତି କିନ୍ତୁ କିଛି କାର୍ଯ୍ୟକାରୀ ହେଉନାହିଁ l ବେଳ ଥାଉଣୁ ପ୍ରକଳ୍ପ ନକରିବା ଦ୍ୱାରା ପଡୋଶୀ ରାଜ୍ୟ ଓଡିଶା ର ନଦୀ ଜଳକୁ ଅପହରଣ ପାଇଁ ଉଦ୍ୟମ କରୁଛି l କିନ୍ତୁ ରାଜ୍ୟ ସରକାର ସବୁ ଶେଷ ହେବା ବେଳକୁ ଲୋକଦେଖାଣିଆ ବିରୋଧ କରୁଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ କରିବା ଭୁଲିଯାଉଛନ୍ତି l ଏହି ଜ଼ିଲ୍ଲା ର ରାଜନେତା ଗଣ ନିଜ ଜ଼ିଲ୍ଲାକୁ ନ ଦେଖି ଅନ୍ୟ ଜ଼ିଲ୍ଲା ପାଇଁ ହୋ ହାଲା କରି ରାଜନୀତି ଫାଇଦା ଉଠଉଛନ୍ତି


Share: