ଆସିକା ସୁରି ମହାନ୍ତି ହତ୍ୟା କାଣ୍ଡ ଘଟଣା ରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ

Share:

ଭଗବାନ ପାଢ଼ୀ

ଗଞ୍ଜାମ : 2008 ଗଞ୍ଜାମ ଜିଲ୍ଲା ଆସିକା ର ବହୁଚର୍ଚ୍ଚିତ ସୁରି ମହାନ୍ତି ହତ୍ୟା ଘଟଣାର ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦ୍ୱରାଜର୍ଜ କୋର୍ଟ l ଦୀର୍ଘ ନଅ ବର୍ଷ ବିଚାରଣ ପରେ କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି l ଏହି ଘଟଣାରେ ସମ୍ପୃକ୍ତ ସାତ ଜଣ ଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ ନିର୍ଦୋଷ ରେ ଖଲାସ କରିଥିବା ବେଳେ ଅନ୍ୟ ଦୁଇଜଣ ବିକ୍ରମ ମଲ୍ଲିକ ଓ ସୁଶୀଲ ବେହେରା ଙ୍କୁ 20 ହଜାର ଟଙ୍କା ଜାରିମନା ସହିତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ l ଏହି ମାମଲା 2013 ଠାରୁ ବିଚାରଣ ଚାଲିଥିବା ବେଳେ ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ l ତେବେ କୋର୍ଟ ଙ୍କ ଏହି ରାୟ ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟ ରେ ଅପିଲ କରାଯିବା ନେଇ କହିଛନ୍ତି ଅପରାଧୀଙ୍କ ମକଦମା ଲଢ଼ୁଥିବା ଆଇନଜୀବୀ l


Share: