ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ

Share:

ଓଡିଶା ବ୍ୟୁରୋଚିଫ

ପୁରୀ- ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ ଆଜି ପୂର୍ବାହ୍ନରେ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୪୬ ଏକର ୬୦୯ ଡିସିମିଲି ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରୁ ମାର୍କଣ୍ତେଶ୍ବର ସାହି ଅଞ୍ଚଳର ୭.୨୯୩ ଏକର, ମାଟିତୋଟା ଅଞ୍ଚଳର ୧୦.୯୭ ଏକର ଓ ସମଙ୍ଗ ଅଞ୍ଚଳର ୨୮.୩୪୬ ଏକର ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରୁ ୮.୯୮ ଏକର ସରକାରୀ ଜମି, ୧୧.୭୫୭ ଶ୍ରୀ ଜଗନ୍ନାଥ ଜମି, ୨୪ ଡିସିମିଲି ମଠ ଜମି, ୫.୧୧୦ ଏକର ଠାକୁରାଣି ଏବଂ ୨୦ ଏକର ୫୨୨ ଡିସିମିଲି ବେସରକାରୀ ଜମି ରହିଛି । ବେସରକାରୀ ଜମି ମଧ୍ୟରୁ ୧୨ ଏକର ୭୪୬ ଜମି ଅଧିଗ୍ରହଣ ସରିଥିବା ବେଳେ ୭ ଏକର ୭୭୬ ଡିସିମିଲି ଜମି ଅଧିଗ୍ରହଣ କରାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ତାଲିକାଭୁକ୍ତ ଅନୁଷ୍ଠାନ କର୍ତ୍ତବ୍ୟ, ଭୁବନେଶ୍ବର ପକ୍ଷରୁ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ କରାଯାଇଛି । ପୁରୀକୁ ଧାର୍ମିକ କେନ୍ଦ୍ରରେ ପରିଣତ ଓ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅବଢା ଯୋଜନାରେ ପୁରୀର ମୌଳିକ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ । ଭୂଅର୍ଜନ ସ୍ବତନ୍ତ୍ର ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଅଧିକାରୀ ଶ୍ରୀ ସୁନ୍ଦର ମାଧବ ପାଢୀ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ ଶ୍ରୀ ଅଜିତ ମହାପାତ୍ର, ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଉପ ପ୍ରଶାସକ ଶ୍ରୀ ସନ୍ତୋଷ କୁମାର ଶତପଥୀ, ପୁରୀ ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଭୂ-ଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ପୁରୀ ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାୟ, ସମଙ୍ଗ ସରପଞ୍ଚ ଶ୍ରୀମତୀ ପ୍ରମିଳା ପାତ୍ର, କର୍ତ୍ତବ୍ୟ ଅନୁଷ୍ଠାନ ପ୍ରତିଷ୍ଠାତା ଶ୍ରୀମତୀ ସୁଚରିତା ପାଢୀ, ସମସ୍ତ ଅଂଶୀଦାର ପ୍ରମୁଖ ଉପସ୍ଥିତ ଥିଲେ ।


Share: