ପୋଲମା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କଲ୍ୟାଣ ସିଙ୍ଗପୁର ବ୍ଲକ ଅନ୍ତର୍ଗତ ପୋଲମା ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ
ଅତିରିକ୍ତ ମଙ୍ଗଳ ଅଧିକାରୀ ତଥା ଡି କେ ଡି ଏ ର ସ୍ୱତନ୍ତ୍ର ଅଧିକାରୀ ସଲମାନ ରାଇକିଆ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ଶ୍ରୀ ଶ୍ୟାମ ଘନ ଭୂୟାଁ, ସମ୍ମାନିତ ଅତିଥି ଭାବେ ମନ୍ତ୍ରି ପ୍ରତିନିଧି ଶ୍ରୀ ଶଙ୍କର ରାଓ ହୁଇକା , ସ୍ଥାନୀୟ ସରପଞ୍ଚ ଅନିତା ହିମ୍ରିକା , ସମିତି ସଭ୍ୟ ତରକା କ୍ରିଷ୍ଣା , ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଚନ୍ଦନଦାସ ବାଙ୍ଗାରୀ, ଡବୁଡଗୁଡା ଏସ ଏସ ଡି ରେ ପ୍ରଧାନ ଶିକ୍ଷକ , ସିରିପୁର ଉଚ୍ଚ ମାଧ୍ୟମିକ ଏସ ଏସ ଡି ରେ ପ୍ରଧାନ ଶିକ୍ଷକ ଭିବିଷଣ ଛିଞ୍ଚୁଆନ, ଏସ ଏମ ସି ସିପୁର ଗଙ୍ଗା, ମୋ ସ୍କୁଲ ଅଭିଯାନ ର ସଭାପତି ଡମ୍ବୁରୁ ଭାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସଲମାନ ରାଇକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଏହି ଉତ୍ସବ ରେ ଉପସ୍ଥିତଅତିଥି ଓ ଜନସାଧାରଣ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା l ଏହି ସ୍କୁଲ ରେ ରାଜ୍ୟସ୍ତରୀୟ କ୍ରୀଡା ଶିକ୍ଷକ ବାବୁଲା ମେଲେକା ନିଯୁକ୍ତି ପାଇଛନ୍ତି କିନ୍ତୁ ଖେଳପଡ଼ିଆ ତ ସ୍କୁଲ ପାଇଁ ନିହାତି ଆବଶ୍ୟକ ସେଥିପାଇଁ ସରପଞ୍ଚ ଓ ଗ୍ରାମବାସୀ ମିଳିତ ଭାବେ ସହଯୋଗ କରିଲେ ସ୍କୁଲ ନିକଟରେ ଥିବା ଜାଗା କୁ ସମତୁଲକରିବା ପାଇଁ ବ୍ଲକ ମଙ୍ଗଳ ଅଧିକାରୀ ଶ୍ରୀ ଚନ୍ଦନ ଦାସ ବାଙ୍ଗାରି ଅନୁରୋଧ କରିଥିଲେ l ଏହି ସ୍କୁଲ ର ଛାତ୍ରୀନିବାସ ବହୁତ ସୁନ୍ଦର ଓ ପରିଷ୍କାର ପରିଛନତା ରଖିଛନ୍ତି ଛାତ୍ରୀମାନେ ବୋଲି କହିଥିଲେ lବିଭିନ୍ନ ଅସୁବିଧା ନେଇ ପ୍ରଧାନ ଶିକ୍ଷକ ମୁଖ୍ୟଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ତଥା ରାଜ୍ୟସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ l
ସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଚୌଧୁରୀ ସ୍କୁଲରେ ଯୋଗଦାନ ପରେ ସ୍କୁଲର ପରିବେଶ ଓ ଶିକ୍ଷାର ମାନ ବୃଦ୍ଧି ହୋଇପାରିଛି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ସିପୁର ଗଙ୍ଗା ନିଜ ମନ୍ତବ୍ୟ ରେ କହିଥିଲେ l ସ୍କୁଲର ଶିକ୍ଷୟତ୍ରୀ ପ୍ରିୟଙ୍କା ରାଉତ ଛାତ୍ର ଛାତ୍ରୀ ମାନଙ୍କ ଅତି ନିକଟତର ହୋଇ ଶିକ୍ଷଦାନ ସାଙ୍ଗ କୁ ଉତ୍ତମ ଆଚାର ବ୍ୟବହାର ଶିଖାଇ ଜନସାଧାରଣ ଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ବୋଲି ପ୍ରଧାନ ଶିକ୍ଷକ ଚୌଧୁରୀ କହିବା ସହିତ ରାଉତ ଙ୍କୁ ପ୍ରଶାସନ କରିଥିଲେ lଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷତ୍ରିପ୍ରିୟଙ୍କା ରାଉତ ପରିଚାଳନା କରିଥିବା ବେଳେଶିକ୍ଷକ ଓ ଶିକ୍ଷୟତ୍ରୀ ସୂର୍ଯ୍ୟ ହୁଇକା, ସଞ୍ଜୟ କୁମାର ସେଠି, ଖେଳ ଶିକ୍ଷକ ବାବୁଲା ମେଲକା, ପୁଷ୍ପଲତା ନାୟକ, ପ୍ରିୟଙ୍କା ରାଉତ, ସଂଯୁକ୍ତା ସୋରେନ,ଶ୍ରାବଣୀ ବେହେରା, ଦେବସ୍ୱିନୀ ଚୌଧୁରୀ,ମେଟ୍ରୋନ ବୂନୁ କ୍ରିଷ୍ଣା ବାନି, ଏ ଏନ ଏମ ସଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Share: