ରାସ୍ତା ଦୁର୍ଘଟଣା ପାଇଁ ସହାୟତା ପ୍ରଦାନ।

Share:

ରଞ୍ଜନ ଦାସ

ପୁରୀ :ରାସ୍ତା ଦୁର୍ଘଟଣା ରେ ଅବକାରୀ ବିଭାଗ ରେ କାର୍ଯ୍ୟରତ କନଷ୍ଟେବଳ ପର୍ଶୁରାମ ମହାନ୍ତି ଙ୍କ ବିଧବା ପତ୍ନୀ ସଞୁକ୍ତା ମହାନ୍ତିଙ୍କୁ ୨୧ଲକ୍ଷ ୯୮ ହଜାର ୨୦ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଆଜି ନିଜ କାର୍ଯ୍ୟାଳୟ ରେ ଏହି ସହାୟତା ଅର୍ଥ ଶ୍ରୀମତୀ ମହାନ୍ତି ଙ୍କୁ ତାଙ୍କ ପୁତ୍ର ଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ। ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ପର୍ଶୁରାମ ଙ୍କ ର ତା ୧୧.୪.୨୦୦୪ ରେ ମୃତ୍ୟୁ ହୋଇଥିଲା।ଏ ସମ୍ପର୍କୀତ ମାମଲା କୁ ବିଚାର କରି ବିଚାରାଳୟ ୨୦.୭.୨୦୧୨ ରେ କ୍ଷତିଗ୍ରସ୍ତଙ୍କ ନିକଟ ସମ୍ପର୍କୀୟ ଙ୍କୁ ୯ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତେବେ ଏ ସମ୍ପର୍କରେ ଆଇନ ପ୍ରକ୍ରିୟା ଚାଲିବା ପରେ ନ୍ୟାୟାଳୟ ଙ୍କ ଚୁଡାନ୍ତ ବିଚାର ଆଧାରରେ ଆଜି ପୂର୍ବ କ୍ଷତିପୂରଣ ଉପରେ ଶତକଡା ୭ ହାର ସୁଧରେ ମୋଟ ୨୧ ଲକ୍ଷ ୯୮ ହଜାର ୨୦ ଟଙ୍କା ଶ୍ରୀମତୀ ମହାନ୍ତି ଙ୍କୁ ପ୍ରଦାନ କରାଯାଇଛି।ଏହା ଏକ ବହୁ ପୁରୁଣା ମାମଲା ରହିଥିଲା।ଜିଲ୍ଲାପାଳ ଶ୍ରୀ ବର୍ମା ବ୍ୟକ୍ତିଗତ ଭାବେ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରି ଏହାର କ୍ଷତିପୂରଣ ରାଶି ଯେପରି ଶିଘ୍ର ପ୍ରଦାନ କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ନେଇଥିଲେ। ଜିଲ୍ଲାପାଳ ଙ୍କ ଉଦ୍ୟମ ଓ ପ୍ରଶାସନ ସହଯୋଗ ରେ ଏହି ଅର୍ଥ ପାଇଥିବାରୁ ଶ୍ରୀମତୀ ମହାନ୍ତି ଖୁସି ବ୍ୟକ୍ତ କରିବା ସହ ବିଚାରାଳୟ,ଜିଲ୍ଲାପାଳ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।


Share: