ଚାଖି ଖୁଣ୍ଟିଆ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Share:

ରଞ୍ଜନ ଦାସ

ପୁରୀ :ଶାମ୍ବ ଦଶମୀ ତିଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ ଚାଖି ଖୁଣ୍ଟିଆ ଙ୍କ ଜୟନ୍ତୀ ପାଳନ କରାଯାଇଥାଏ।ତା ୧.୧.୨୦୨୩ ରିଖ ରେ ଶାମ୍ବ ଦଶମୀ ପଡୁଛି ଓ ସେହିଦିନ ଚାଖି ଖୁଣ୍ଟିଆ ଙ୍କ ୨୦୧ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଚାଖି ଖୁଣ୍ଟିଆ ସ୍ମୃତି ସମିତି ଙ୍କ ମିଳିତ ସହଯୋଗ ରେ ପାଳନ କରାଯିବ। ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକ ର ନିଷ୍ପତ୍ତି ଅନୁସାରେ ଜାନୁଆରୀ ୧ ତାରିଖ ପୂର୍ବାହ୍ନ
୮.୩୦ ମିନିଟ ସମୟରେ ପି କେ ଡି ଏ ଅଫିସ ନିକଟସ୍ଥ ଚାଖି ଖୁଣ୍ଟିଆ ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସାଧାରଣ ଲୋକମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବ।ଏଥିରେ ଏନ ସି ସି,ସ୍କାଉଟ,ଗାଇଡ କ୍ୟାଡେଟ ମାନଙ୍କୁ ସାମିଲ କରାଯିବ।ଦିବା ୧୧ ଘଟିକାରେ ସଂସ୍କୃତି ଭବନ ଠାରେ ସ୍ମୃତି ସଭା ଅନୁଷ୍ଠିତ ହେବ । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିବେ।ଏହା ପରେ ଦେଶପ୍ରେମ ଓ ଆଧ୍ୟାତ୍ମିକ ସମ୍ବଳିତ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।ବିଭିନ୍ନ ବିଭାଗ ଜୟନ୍ତୀ କାର୍ଯ୍ୟକ୍ରମ ରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ବୈଠକରେ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ହାଡୁ ସେଠୀ, ସ୍ମୃତି ସମିତି ର ସଦସ୍ୟ ହଜୁରୀ ନିଳକଣ୍ଠ ଖୁଣ୍ଟିଆ, ଶ୍ରୀ ମାୟାଧର ମହାରଣା,ଶ୍ରୀ ଧ୍ରୁବ ଚରଣ କର, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୋଛିକାର,ଶ୍ରୀ ଅନାମ ଚନ୍ଦ୍ର ସାହୁ, ଶ୍ରୀ ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Share: