ଏସଟିଏଫର ଚଢ଼ାଉ କଲରାପତରିଆ ବାଘଛାଲ ଜବତ

Share:

ଅମୁଲ୍ୟନିଶ ଙ୍କ ରିପୋର୍ଟ

ରାୟଗଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବାଙ୍ଗି ଛକ ଠାରେ ସୋମବାର ଦିନ ଏସଟିଏଫ ଟିମ ପକ୍ଷରୁ ଚଢ଼ାଉ କରି ଜଣଙ୍କୁ ଗରିଫ କରାଯାଇଛି। ବାଘ ଚମଡା ବେପାର ଚାଲି ଥିବା ବେଳେ ରାୟଗଡା ଜିଲ୍ଲା ବାଙ୍ଗୀ ଛକ ନିକଟ ରୁ ଏସ୍ ଟି ଏଫ୍ ଟିମ୍ ଜଣଙ୍କୁ ଗିରଫ କରିଛି | ଗିରଫ୍ ବ୍ୟକ୍ତି ଜଣଙ୍କ ହେଲେ ଜୟନ୍ତ ବିଭର ବୟସ ୩୫ବର୍ଷ ବୋଲି ଜଣାପଡିଛି | ଜବତ କରାଯାଇଥିବା ଚିତା ବାଘର ଚମଡା ୨୧୭ସେମି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି | ଏସ୍ ଟି ଏଫ୍ ଟିମ୍ ରେ ୬ଜଣ ସଦସ୍ୟ ଏହି ବାଘ ଚମଡା ଚାଲାଣ ରାକେଟ ରେ ଆହୁରି କେଉଁ ମାନେ ଜଡିତ ଅଛନ୍ତି ସେ ନେଇ ଅଧିକ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି |ଏନେଇ ଜବତ ବାଘ ଛାଲକୁ ଗୁଣୁପୁର ବନବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।


Share: