ଚଇତି କଳସ ଯାତ୍ରାରେ ମନ୍ତ୍ରୀ ଓ ବିଧାୟକ ଙ୍କ ଢାମ୍ପ ବାଦ୍ୟର ତାଳେ ତାଳେ ନାଚିଲେ ରାଜନେତା ଓ ପ୍ରସାଶନିକ ଅଧିକାରୀ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ବ୍ଲକ ସ୍ତରୀୟ ଚଇତି ଉତ୍ସବ ର ସମାପ୍ତି ପରେ ଆଜି କଳସ ଯାତ୍ରା ରୁ ଆରମ୍ଭ ହୋଇଛି ଗୁଣୁପୁର ଠାରେ ଉପଖଣ୍ଡ ସ୍ତରୀୟ ଇଡ଼ତାଲ ଚଇତି 2022 ଆରମ୍ଭ ହୋଇଛି l ପୁରୁଣା ଗୁଣୁପୁର ର ଜଗତ ର ନାଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚନା ପରେ ପୂର୍ଣ୍ଣ କଳସ କୁ ଦୀର୍ଘ 4 କିଲୋମିଟର ସହର ପରିକ୍ରମା କରି ଚଇତି ମଣ୍ଡପ କୁ ଆଣି ପ୍ରତିଷ୍ଠା କରାଯାଇଥିଲା l ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗ, ଉପଜ଼ିଲ୍ଲାପାଳ ଶ୍ରୀ ଲଳିତ ମୋହନ କହଁର ଆଇନଜୀବୀ ରମେଶ ଲିମା ମନ୍ଦିରରେ କର୍ତ୍ତା ଭାବେ ପୂଜା କରି ଥିଲେ l ପରେ ଏକ ବିରାଟ ପଟୁଆର ସହିତ ଆଦିବାସୀ ନାଚ ଗୀତ ସହିତ ଆତସ ବାଜିରେ କଳସ କୁ ସହର ପରିକ୍ରମା କରାଯାଇଥିଲା l ଏହି ଶୋଭାଯାତ୍ରା ସମୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ଓ ବିଧାୟକ ଶ୍ରୀ ଗମାଙ୍ଗ ଙ୍କ ଢାମ୍ପ ବଜାର ତାଳେ ତାଳେ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ବିଡ଼ିଓ ରାମନାଗୁଡ଼ା ପ୍ରଭାତୀ ଝୋଡ଼ିଆ, ବିଡ଼ିଓ ଗୁଣୁପୁର ଶାନ୍ତି ପ୍ରଭା ପ୍ରଧାନ ଆଇନଜୀବୀ ରମେଶ ଲିମା ଙ୍କ ସମତେ ଉପସ୍ଥିତ ରାଜନେତା ଓ ପ୍ରସାଶନିକ ଅଧିକାରୀ ନାଚିଥିଲଡ଼ l 10ହଜାର ରୁ ଉର୍ଦ୍ଧ ଜନସାଧାରଣ ଏହି କଳସ ଯାତ୍ରା ରେ ସାମିଲ ହୋଇ ଥିଲେ l କୋରନା ମହାମାରୀ ପରେ ଦୀର୍ଘ ଦୁଇ ବର୍ଷ ପରେ ଏହି ଚଇତି ଉତ୍ସବ ହେଉଥିବା ରୁ ଜନସାଧାରଣ ବହୁତ ଖୁଶୀ ରେ ଏହି ଚଇତି ପର୍ବ କୁ ଉପଭୋଗ କରୁଛନ୍ତି l ଏହି ଉପଖଣ୍ଡ ସ୍ତରୀୟ ଇଦତାଲ ଚଇତି ତିନିଦିନ ଧରିଚାଳିବ l ଏହି ତିନିଦିନ ରେ ଓଲିଉଡ଼ ଅଭିନେତ୍ରୀ ରିୟା ଦେ, ଟୁନା ଟୋନ ଟୋନ ଓ ହାଶ୍ୟ ଅଭିନେତା ଶଙ୍କର ଓ ପ୍ରଜ୍ଞା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେବାର ଅଛି l ରାୟଗଡା ଠାରେ ଜ଼ିଲ୍ଲା ସ୍ତରୀୟ ଚଇତି ଉତ୍ସବ ଆସନ୍ତା 18ତାରିଖ ରୁ ଆରମ୍ଭ ହୋଇ 22ତାରିଖ ରେ ସମାପ୍ତ ହେବ l


Share: