ଭିଜିଲାନ୍ସ ଜାଲରେ ରାସ୍ତା ଓ କୋଠାବାଡ଼ି ଡିଭିଜନ-୧ର କନିଷ୍ଠ କିରାଣି

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଭିଜିଲାନ୍ସ ଜାଲରେ ରାସ୍ତା ଓ କୋଠାବାଡ଼ି ଡିଭିଜନ-୧ର କନିଷ୍ଠ କିରାଣି । ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ଡିଭିଜନ-୧ରେ କାଯ୍ୟରତ କନିଷ୍ଠ କିରାଣି ଏଲ.କାମାରାଜୁ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ୩ଟି ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି ।

କାମାରାଜୁଙ୍କ ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଖଲା ସାହି ଠାରେ ଦୁଇଟି ଘର ସମେତ ବ୍ରହ୍ମପୁର ସ୍ଥିତ କାର୍ୟ୍ୟାଳୟରେ ରେଡ୍ ଚାଲିଛି ।

ବ୍ରହ୍ମପୁର ଭିଜିଲାନ୍ସର ଚଢାଉରେ ଦୁଇ ଜଣ ଡିଏସପି, ୫ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।

ବର୍ତ୍ତମାନ ବହୁ ପରିମାଣର ସୁନା ,ଇନ୍ସୁରାନ୍ସ୍ ପେପର୍ ,ବ୍ୟାଙ୍କ୍ ଖାତା ,ବଣ୍ଡ୍ ପେପର୍ ,ଲୋନ୍ ବୁକ୍ , ଆଦି ମିଳିଥିବା ସହ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ।


Share: