ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଜଣେ ଫେରଅନ୍ତା ଅଭିଯୁକ୍ତ ଙ୍କୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସ ଗିରଫକରିଥିବା ଖବର ଆମ ହସ୍ତଗ ହୋଇଛି ମିଳଥିବା ଖବର ଅନୁସାରେ l
ଅଭିଯୁକ୍ତ ପିଣ୍ଟୁ ପ୍ରଧାନ(22) ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବାର ଅକ୍ଟୋବର ମାସ 17 ତାରିଖରେ ଥାନାରେ ଏକ ଅଭିଯୋଗ ହୋଇଥିଲା l ଅଭିଯୋଗ ଆଧାରରେ ପୋଲିସ 6 ପୋକସୋ ଆକ୍ଟରେ କେସ ନମ୍ବର 429/22 ରେ ମାମଲା ରୁଜୁ କରିଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ l ତେବେ ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ପିଣ୍ଟୁଙ୍କୁ ପୋଲିସ ଖୋର୍ଦ୍ଧା ଜିଲ୍ଲାର ଏକ ନିର୍ଦିଷ୍ଟ ଅଞ୍ଚଳରୁ ଗିରଫ କରି ଭୁବନେଶ୍ୱର ପୋକସୋ କୋର୍ଟ ଚାଲାଣ କରିଛି l


Share: