ରୋଡ଼ ରୋମିଓ ଙ୍କୁ ସାବାଡ଼ କରିବାର ରେ ସଫଳ ହଉଛି ବାଣପୁର ପୋଲିସ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଭଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ । ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର ରାସ୍ତାଘାଟ ରେ ନିରୀହ ଛାତ୍ରୀ ତଥା ଯୁବତୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ତେବେ ବାଣପୁରରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ତଥା ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ପୋକସୋ ଆକ୍ଟରେ ପୋଲିସ ଦ୍ୱାରା ବନ୍ଧା ହୋଇଛନ୍ତି । ସୂଚନା ମୁତାବକ ଗତକାଲି କୁମାରାଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦେବରାଜ ନାୟକ(୩୦) ନାମକ ଯୁବକ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ । ଏ ନେଇ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଉକ୍ତ ଯୁବକଙ୍କ ବିରୁଦ୍ଧରେ ୧୨ ପୋକସୋ ଆକ୍ଟରେ କେସ ନମ୍ବର ୪୭୧/୨୨ ରେ ମାମଲା ରୁଜୁହେବା ସହ ଆଇପିସିର ଏକାଧିକ ସଙ୍ଗୀନ ଦଫା ମଧ୍ୟ ଲାଗିଥିବାର ଜଣାପଡିଛି । ଆଇଆଇସି ଶ୍ରୀ ପରିଡାଙ୍କ କହିବା ମୁତାବକ ନାବାଳିକା ତଥା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆସିଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ପୋଲିସର ଉକ୍ତ ପଦକ୍ଷେପ ଦ୍ୱାରା ରୋଡରୋମିଓ ମାନେ ସାବାଡ଼ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକାଶ କରିଛନ୍ତି ।


Share: