ଶ୍ରଦ୍ଧାଞ୍ଜଳି ଖୋଲୁଛନ୍ତି ନାଗ ପେଡିର ଗୁମର କାହାଣୀ

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ବହୁଚର୍ଚ୍ଚିତ ଅର୍ଚନା ନାଗ ମାମଲାର ଗୁମର ଖୋଲୁଛି ଏବେ ଅର୍ଚନା ନାଗ ଇଡି କବଜାରେ ଅଛି l ଗତଥର ଅର୍ଚନା ନାଗ କିଛି ତଥି ଡେ଼ଇନଥିଲା ଏବଂ ଗଣମାଧିମ ଆଗରେ ଯେଉଁ କହିଥିଲା ମୁଁ ମୁଁହ ଖୋଲିଲେ ଓଡିଶା ଦୋହଲିଜୀବ ବୋଲି କିନ୍ତୁ ସେମିତି କିଛି କଥା ଇଡି ଆଗରେ ପ୍ରକାଶ କରିନଥିଲା l ତେବେ ଅର୍ଚନା ନାଗ କଣ କାହାଚାପରେ ଚୁପ ରହିଗଲା କୀ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଥିଲା ଇୟା ଭିତରେ ରିମାଣ୍ଡର ଅବଧିସରିଯାଇଯିବା ପରେ ଇଡି ଅର୍ଚନା ଙ୍କୁ ଗତ 12ତାରିଖ ରେ କୋର୍ଟରେ ହାଜର କରିଥିଲା l ପୁଣି ଦ୍ବିତିୟଥର ପାଇଁ ଅର୍ଚନା ଙ୍କୁ 15ଦିନ ପାଇଁ ରୀମଣ୍ଡରେ ଆଣିଛିଇଡି l ଏହି ମାମଲାରେ ଏବେ ନୂଆ ମୋଡ଼ ନେଇଛି l ଶ୍ରଦ୍ଧାଞ୍ଜଳିଙ୍କ ସହ ଅର୍ଚନା ଏବଂ ତାଙ୍କ ସ୍ୱମୀ ଜଗବନ୍ଧୁଙ୍କ ମୁହାଁ ମୁହି ଜେରା ପରେ ଇଡିକୁ କିଛି ଗୁରୁତ୍ୱପୂର୍ଣ ତଥ୍ୟ ମିଳିଛି କାରଣ ଶ୍ରଦ୍ଧାଞ୍ଜଳି ଏମିତି କିଛି ଗୁମର ଇଡି ଆଗରେ ବଖାଣିଛି ଯାହା ଅର୍ଚନାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି l ଏପରୀକୀ ଅର୍ଚନା ଏହା ଜାଣିବା ପରେ ଅସୁସ୍ଥ ହୋଇପଡ଼ିଛି l ଶ୍ରଦ୍ଧା ସାମ୍ନାସାମନ୍ନି ଜେରାରେ ଏହି ତଥ୍ୟ ପ୍ରଘଟ କଲା ବେଳେ ଅର୍ଚନା ରକ୍ତ ଚାଉଳ ଚୋବାଉଥି ଲା l ହେଲେ ଇଡି ଅଧିକାରୀ ସାମ୍ନାରେ ଥିବାରୁ ତାଙ୍କୁ କିଛି କହି ପାରି ନ ଥିଲେ l ପଲଟାଇବାରେ ମାହିର ଥିବା ଅର୍ଚନା ଶେଷରେ କଥା ବଦଳାଇ ନ ପାରି ଥକି ଯାଇଥିଲେ l ସେ ଅସୁସ୍ଥ ହେବାର ନାଟକ ରଚିଥିଲା l ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଠିକ ଅଛି ବୋଲି ଇଡି ଅଧିକାରୀ ଙ୍କୁ କହିଥିଲେ lକେବଳ ଅର୍ଚନାଙ୍କ ସମ୍ପର୍କରେ ନୁହେଁ ସେ କୁଆଡେ କ୍ରାଇମ ସିଣ୍ଡିକେଟ ବିଷୟରେ ଗୃ ଢ ରହସ୍ୟ ଇଡିକୁ ଜଣାଇଛି l ଧୀରେ ଧୀରେ ଗୁମର ଖୋଲୁଛି ନୂଆ ନୂଆ ତଥ୍ୟ ଲାଗିଛି ତେବେ ଶ୍ରଦ୍ଧାଞ୍ଜଳି ଙ୍କ ବ୍ୟୟାନ ଏବେ ଗୁରୁତ୍ୱପୂର୍ଣ୍ଣ ଏହି ଆଧାରରେ ଇଡି ଆଗକୁ ତଦନ୍ତ ବଢ଼ାଇବ ବୋଲି ଯୋଜନା କରୁଛି l ତେବେ ଆଗାମୀ ଦିନରେ ଅର୍ଚନା ନାଗଙ୍କ ମାମଲା କି ମୁଡ଼ ନେବ ସେକଥା ଆଗାମୀ ଦିନର ସମୟ ହିକହିବ l


Share: