ପଞ୍ଚକ ମହୋତ୍ସବ ତୃତୀୟ ସଂଧ୍ଯାରେ ଭଜନ ଓ ଓଡିଶୀ ନୃତ୍ଯରେ ଦୁଲୁକିଲା ବଡଦାଣ୍ଡ

Share:

ଓଡିଶା ବ୍ୟୁରୋ

ପୁରୀ:କାର୍ତ୍ତିକ ପଞ୍ଚୁକ ତ୍ରୟୋଦଶୀ ତିଥିରେ ବଡଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପବ୍ଲିକ ଫୋରମ ପକ୍ଷରୁ ୭ମ ପଞ୍ଚକ ମହୋତ୍ସବ ତୃତୀୟ ସଂଧ୍ଯାରେ ଭଜନ ଓ ଓଡିଶୀ ନୃତ୍ୟରେ ଦୁଲୁକିଲା ବଡଦାଣ୍ଡ । ମୁଖ୍ଯ ଅତିଥି ଭାବେ ବରିଷ୍ଠ ସେବାୟତ ଦୁର୍ଗା ପ୍ରସାଦ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଧର୍ମମାସ କାର୍ତ୍ତିକ । ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଧାର୍ମିକ ମାହୋଲ ସୃଷ୍ଟି କରିଛି ପଞ୍ଚକ ମହୋତ୍ସବ କମିଟି । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର, ବରିଷ୍ଠ ସେବାୟତ ତଥା ସମାଜସେବୀ ଭଗବାନ ସୁଆର, ବରିଷ୍ଠ ସେବାୟତ ଗୋପାଳ ଖୁଣ୍ଟିଆ, ଉତ୍କଳ ବିଦ୍ବତ ପରିଷଦ ଅଧ୍ୟକ୍ଷ ମନୋଜ କୁମାର ରଥ, ସମାଜସେବୀ ଚକ୍ରଧର ମହାପାତ୍ର, ଗୀତିକାର ଓ ଭାଷ୍ଯକାର ବଦ୍ରି ମିଶ୍ର, ମହୋତ୍ସବ କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, ଉପଦେଷ୍ଟା ତଥା ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ମିଶ୍ର ଯୋଗ ଦେଇଥିଲ । ପବ୍ଲିକ ଫୋରମର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ ବିଶ୍ୱନାଥ ମିଶ୍ର, ସଂଯୋଜକ ତଥା ସାମ୍ବାଦିକ ସତ୍ଯ ଦାଶ, ସଂଗଠନ ସମ୍ପାଦକ ଜ୍ୟୋତିପ୍ରକାଶ ଜେନା ସମସ୍ତ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ଶ୍ରୀକ୍ଷେତ୍ର କଳାକାର ପୁରୀ ପକ୍ଷରୁ ସଙ୍ଗୀତ ନିର୍ଦ୍ଦଶେକ ବିଷ୍ଣୁ ପ୍ରସାଦ ମହାପାତ୍ର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ପ୍ରବକ୍ତା ନିର୍ମଳା ଫତେସିଂ ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶ୍ରବଣ କରାଇଥିଲେ । ପ୍ରାରମ୍ଭରୁ କମିଟିର ଉପଦେଷ୍ଟା ରାମଚନ୍ଦ୍ର ଦୋରା ମଞ୍ଚରେ ରାଧେ ରାଧେ ଶ୍ରୀରାଧେ ଧାର୍ମିକ ଡାକ ଦେଇ ଶ୍ରୋତାମାନଙ୍କ ଧାର୍ମିକ ଭାବନା ଜାଗରଣ କରିଥିଲେ । ଶେଷରେ ଶ୍ରୀକଳା ନିକେତନ ପୁରୀ ପକ୍ଷରୁ ନୃତ୍ଯ ନିଦ୍ଦେର୍ଶକ ରୋଜାଲିନ ମହାନ୍ତିଙ୍କ ନିଦ୍ଦେର୍ଶନାରେ ବିଶ୍ବରୂପା ଦାଶ,ସ୍ନେହାଶିଖା ମହାନ୍ତି,ଅନିଷା ନାୟକ, ଆଦ୍ଯାଶା ପାତ୍ର, ସାଲିନ ଦାଶ,ସ୍ନେହଲତା ପାଢୀ,ଇତିକା ମହାପାତ୍ର, ସୌମ୍ଯା ପୃଷ୍ଟି, ଆରାଧ୍ଯା ମିଶ୍ର, ଦେବାଶିଂ ମିଶ୍ର, ଶ୍ରେୟା ସୁଗୁନ, ସମ୍ବିତ ପଣ୍ଡା,ମାମା ରାଉତ ଦୃଷ୍ଟି ଲିପ୍ସା, ସିଦ୍ଧି,ହର୍ଷିତା ପାୟଲ, ଜୟସ୍ମିତା ପ୍ରଧାନ ପ୍ରମୁଖ ଭଜନ ନୃତ୍ଯ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶତାଧିକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରି ପ୍ରଶଂସା କରିଥିଲେ । ଭରତ ନାୟକ ଓ ଶ୍ୟାମପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ ।


Share: