ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ।

Share:

ଓଡିଶା ବ୍ୟୁରୋ

ପୁରୀ :ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ସଦୃଶ୍ୟ।ତେଣୁ ନିଜର ଅଧିକାର ସହ ସାମାଜିକ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଧନେଶ୍ୱର ମଲ୍ଲିକ ଆହ୍ବାନ ଦେଇଛନ୍ତି। ଆଜି ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଷ୍ଟାଡିୟମ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ଜିଲ୍ଲା ଜଜ ଶ୍ରୀ ମଲ୍ଲିକ ମନ ଓ ବିବେକ ମଧ୍ୟରେ ସଂଘର୍ଷ ଭିତରେ ଯଦି ବିବେକ ହାରିଯାଏ ତେବେ ଚରିତ୍ର ଓ ଶୃଙ୍ଖଳା ନଷ୍ଟ ହୋଇ ସାମାଜିକ ସ୍ଥିତି ଦୁର୍ବଳ ହୁଏ ,ଯାହା ଫଳରେ ଅବକ୍ଷୟ ଘଟେ ବୋଲି କହିଥିଲେ।

ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ଆଇନ ସମ୍ପର୍କରେ ସଚେତନ କରାଇ ମାମଲା ର ତ୍ୱରିତ ସମାଧାନ କରିବା ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ଯେତିକି ପରିଚିତ ତାହାର ସମ୍ବିଧାନ ମଧ୍ୟ ସେତିକି ସମୃଦ୍ଧ। ସମସ୍ତଙ୍କୁ ନ୍ୟାୟ ଆମ ସମ୍ବିଧାନର ମୂଳ ତତ୍ତ୍ୱ। ଏହାର ମର୍ଯ୍ୟାଦା କୁ ପ୍ରତ୍ୟେକ ଅକ୍ଷୂର୍ଣ୍ଣ ରଖିବା ଆମର କର୍ତ୍ତବ୍ୟ ବୋଲି କହିବା ସହ ଶିବିର ରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା ଆମ ସମ୍ବିଧାନ ର ବ୍ୟବସ୍ଥା ଅନୁଯାୟୀ ସବା ଶେଷରେ ଥିବା ଲୋକ ପର୍ଯ୍ୟନ୍ତ ଆଇନ ସେବା ଉପଲବ୍ଧ କରାଇବା।ଶୃଙ୍ଖଳା ଗୋଟିଏ ରାଷ୍ଟ୍ରର ସବୁଠୁ ବଡ ପରିଚୟ ଯାହା ଦ୍ୱାରା ସବୁ ସେବା ସହଜ ହୋଇ ପାରେ ବୋଲି ସେ କହିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ଦେବାଶିଷ ଦାଶ ଆଜି ସମଗ୍ର ଦେଶରେ ଏହି ଶିବିର ଆୟୋଜନ କରାଯାଉଛି ବୋଲି କହିବା ସହ ଲୋକ ମାନଙ୍କୁ ସେମାନଙ୍କ ପାଇଁ ଥିବା ଆଇନ, ଅଧିକାର ଓ ସେମାନଙ୍କ ର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଏବଂ ଲୋକ ମାନଙ୍କ ନିକଟରେ ଆଇନ ସେବା ପହଞ୍ଚାଇବା ଶିବିର ର ଆଭିମୁଖ୍ୟ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି ଡ଼ି ଏମ ଓ ଡା ସୁଜାତା ମିଶ୍ର, ପୁରୀ ବାର ଆସୋସିଏସନ ର ସଭାପତି ଶ୍ରୀ ଜୟରାମ ବସ୍ତିଆ ଶିବିରର ଆଭିମୁଖ୍ୟ ଓ ଜନ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ। ଜେ ଏମ ଏଫ ସି କ୍ରୀଷ୍ଣା ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜଳନ ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଅତିଥି ମାନେ ସହାୟତା ପ୍ରଦାନ କରିଥିଲେ।ଶେଷରେ ସିଭିଲ କୋର୍ଟର ରେଜିଷ୍ଟ୍ରାର ଶ୍ରୀ ନିଖିଲ ଭରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଜ୍ ଫାମିଲି କୋର୍ଟ ଶ୍ରୀ ଅରୁଣ ମଲ୍ଲିକ, ଏ ଡି ଜେ ଶ୍ରୀ ରାଜ କିଶୋର ଲେଙ୍କା, ଏ ଡି ଜେ ଶ୍ରୀ ଅମିୟ ରଞ୍ଜନ ଜେନା, ସିଜେଏମ ଶ୍ରୀ ପ୍ରିତିଶ କୁମାର ରାଉତରାୟ, ସବ ଜଜ ଶ୍ରୀ ରାଣା ଘୋଷ, ମୁନସିଫ ଶ୍ରୀ ପ୍ରତ୍ୟୁଷ କୁମାର ଚାନ୍ଦ, ଏସ ଡି ଜେ ଏମ ଶ୍ରୀ ଜିତେନ୍ଦ୍ର ଦାସ, ଗ୍ରାମ ନ୍ୟାୟାଳୟ ଜଜ ନର୍ମଦା କର, ଜେ ଏମ ଏଫ ସି ପଲ୍ଲବୀ ଦାସ, ଜେ ଏମ ଏଫ୍ ସି ଦେବମାଳିନୀ ଐଶ୍ୱର୍ୟା, କୋର୍ଟ ମ୍ୟାନେଜର ଶ୍ରୀ ମଳୟ କୁମାର ଗିରି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଶିଶୁ ସୁରକ୍ଷା ୟୁନିଟ, ସ୍ୱାସ୍ଥ୍ୟ, ପ୍ରାଥମିକ ଚିକିତ୍ସା, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ସମାଜ ମଗଂଳ, ଶ୍ରମ,ଶିଳ୍ପ, ନିୟୋଜନ, ସଂସ୍କୃତି, ପରିବହନ, ପୁରୀ ପୌରପାଳିକା, ଜରୁରୀ କାଳୀନ ବିଭାଗ ଇତ୍ୟାଦି ଷ୍ଟଲ ମାଧ୍ୟମରେ ସେମାନଙ୍କ କାର୍ଯ୍ୟକ୍ରମ ଓ ଯୋଜନା ର ପ୍ରଦର୍ଶନ କରିଥିଲେ।


Share: