ମୁକୁଳା ଡ୍ରେନ ଭିତରୁ ମୃତ ଦେହ ଉଦ୍ଧାର

Share:

ଓଡିଶା ବ୍ୟୁରୋ

ପୁରୀ: ମୁକୁଳା ଡ୍ରେନ‌‌ ଭିତରେ ପଡିଛି ମୃତଦେହ। ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁସାରେ ଆଜି ପୁରୀ ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।‌ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ମୁକୁଳା ଡ୍ରେନ୍‌ ଭିତରେ ପଡି ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।l


Share: