ଦିବ୍ୟ କାଶୀ, ଭବ୍ୟ କାଶୀ ସ୍ଵତନ୍ତ୍ର କରିଡର ର ଲୋକାର୍ପଣ, ଆଭାସୀ ମାଧ୍ୟମରେ ଦେଖିଲେ ସାଧାରଣ ଜନତା

Share:

ପପୁ ସାହୁ ଙ୍କ ରିପୋର୍ଟ

ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବାରଣସୀ ର କାଶୀ ବିଶ୍ଵନାଥ ମନ୍ଦିର ର ସ୍ଵତନ୍ତ୍ର କରିଡର ର ଲୋକାର୍ପଣ ସମାରୋହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟ କାଶୀ, ଭବ୍ୟ କାଶୀ, ଯୋଜନା ଭାବେ ଅଭିହିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଙ୍କ ପ୍ରୟାସ । ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଏକ ବୃକ୍ଷ ରୋପଣ କରିଥିଲେ । ଏହି ସ୍ଵତନ୍ତ୍ର କରିଡର ନିର୍ମାଣ ରେ ଶ୍ରମ ଦେଇଥିବା ଶ୍ରମଜୀବୀ ମାନଙ୍କୁ ପୁଷ୍ପ ବର୍ଷା କରି ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଭାରତୀୟ ଜନତା ପାର୍ଟି ତରଫରୁ ସାରା ଦେଶରେ ବିଭିନ୍ନ ମଠ ମନ୍ଦିର ରେ ଆୟୋଜନ କରାଯାଇଥିଲା । ଭୁବନ ଛତା ମଠ ରେ ଥିବା କାଶୀ ବିଶ୍ଵନାଥ ମନ୍ଦିର ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ଵତନ୍ତ୍ର ଉତ୍ସବରେ ଭର୍ଚୁଆଲ ମୋଡରେ ସାଧାରଣ ଜନତାଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ମୁଖ୍ୟ ସଂଯୋଜକ ପ୍ରେମାନନ୍ଦ ଜେନା ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ ।


Share: