ବଞ୍ଚିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ସରପଞ୍ଚ
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।
ଗଞ୍ଜାମ :ବଞ୍ଚିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ସରପଞ୍ଚ । ଗାଁକୁ ଗାଁ ବୁଲି ବୁଲି ଭିକ ମାଗୁଛନ୍ତି ସରପଞ୍ଚ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପାଞ୍ଚାୟତର ସରପଞ୍ଚ ହେମ ନାୟକ । ଝାଟିମାଟି ଘରେ ସରପଞ୍ଚ ରହୁଛନ୍ତି । ଘର ଘର ବୁଲି ଭିକ ମାଗୁଛନ୍ତି ହେମ । ଗାଁକୁ ଗାଁ ବୁଲି ଚାଉଳ, ଟଙ୍କା ଓ ଖାଇବା ଜିନିଷ ମାଗି ନେଉଛନ୍ତି । ପ୍ରତିଦିନ ସରପଞ୍ଚ ହେମ ଏହିଭଳି ବୁଲୁଥିବା ଗାଁ ଲୋକେ ଦେଖିଥିବା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବାଦପଲ୍ଲୀ ପଞ୍ଚାୟତରେ ହରିଜନ ସଂରକ୍ଷଣ ହେବାରୁ ଏହି ପଞ୍ଚାୟତ ରେ ହେମ ନିର୍ଦ୍ୱନ୍ଦ୍ୱ ରେ ସରପଞ୍ଚ ହୋଇଥିଲେ । ସଂରକ୍ଷଣ କାରଣରୁ ସରପଞ୍ଚ ହେଲେ ହେମ କିନ୍ତୁ ବଦଳି ପାରିଲାନି ତାଙ୍କ ସ୍ଥିତି । ତେବେ ପ୍ରଶ୍ନ ଉଠୁଛି ତାଙ୍କ ନାଁରେ ଆସୁଥିବା ଭତ୍ତା ଟଙ୍କା ନେଉଛନ୍ତି କିଏ ? ସରକାରୀ ଯୋଜନାରେ ତାଙ୍କ ଦସ୍ତଖତ ବା ଟିପ ଲାଗୁଛି କି ନାହିଁ ଯଦି ଲାଗୁଛି କରୁଛି କିଏ ? ଯଦି ସରପଞ୍ଚ ଭିକ ମାଗୁଛନ୍ତି ପଞ୍ଚାୟତର ବିକାଶମୂଳକ କାମରେ ତାଙ୍କର ଯୋଗଦାନ ରହିଛି କି ନାହିଁ ସେ ନେଇ ଉଠୁଛି ବଡ ପ୍ରଶ୍ନ ।ଏଇଠାରୁ ଜଣାପଡୁଛି ଖଲିକୋଟ ବ୍ଲକରେ କେମିତି ଚାଲିଛି ବିକାଶ ମୂଳକ କାର୍ଯ୍ୟ, ଯଦି ଜଣେ ସରପଞ୍ଚ ଙ୍କ ଅବସ୍ଥା ଏମିତି ତାହେଲେ ଅନ୍ୟ ଲୋକ ମାନଙ୍କ ଅବସ୍ଥା କେମିତି ଥିବ ଆପଣ ଚିନ୍ତା କରନ୍ତୁ,କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ ହେମ ନାୟକ ରହୁଥିବା ବାସଗୃହ ଉପରେ ନେଇ ମଧ୍ୟ୍ୟ ଖବର ପ୍ରକାଶ ପାଇଥିଲା କିନ୍ତୁ ପ୍ରଶାସନ ଏଟି ଖୁମ୍ଭକର୍ଣ୍ଣ ନିଦ୍ରାରେ?