କୋରନା ତୃତୀୟ ଲହରପାଇଁ ଢେଙ୍କାନାଳ ପୋଲିସ ଦ୍ୱାରା କଡ଼ାକଡ଼ି ଚେକିଂ

Share:

ପପୁ ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ :ସାଇ କୃପା କଲେଜ ରୁ ୫୬ ପଜିଟିଭ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଛି । ଏଥିପାଇଁ ଆଜି ଢେଙ୍କାନାଳର ମହାବୀର ବଜାର ଠାରେ ପୋଲିସ ପ୍ରଶାସନ ଦ୍ୱାରା କୋରନା ଜନିତ କଡ଼ାକଡ଼ି ଚେକିଂ କରାଯାଇଥିଲା ।

ଲୋକମାନଙ୍କର ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଆଜି ଢେଙ୍କାନାଳ ସହରର ଟ୍ରାଫିକ ଦାୟିତ୍ୱରେ ଥିବା ପୋଲିସ ଅଫିସର ବିଚିତ୍ର।ନନ୍ଦ କରଙ୍କ ଦ୍ୱାରା ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ଯେଉଁମାନେ ମାସ୍କ ପିନ୍ଧିନଥିଲେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିଲା ।

ଆଜି ସମୁଦାୟ ୩୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।


Share: