ମହାକାଳପଡ଼ା କଂଗ୍ରେସ କର୍ମୀ ସମ୍ମିଳନୀ ହାତସେ ହାତ ଯୋଡ କାର୍ଯ୍ୟକ୍ରମ

Share:

ବିଶ୍ଵଜିତ ପ୍ରଧାନ

କେନ୍ଦ୍ରାପଡ଼ା :ଆଜି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ଓ ହାତସେ ହାତ ଯୋଡ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ମା ଗୋଜବାୟାଣୀଙ୍କ ପୀଠରେ ଆଜି ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା କଂଗ୍ରେସ କେମିତି ଆଗ ନିର୍ବାଚନ ପୂର୍ବରୁ ଏକଜୁଟ ହୋଇ କିଭଳି କର୍ମୀ ମାନେ ଏକ ହୋଇ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିବା ଏହି ବିଷୟରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ମାର୍ଶାଘାଇ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ସଦସ୍ୟ ପ୍ରଫୁଲ୍ଲ କୁମାର ଦାସ, ମହାକାଳପଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା, ଜିଲ୍ଲା କଂଗ୍ରେସ ଉପସଭାପତି ରାକେଶ କୁମାର ଲେଙ୍କା, ମହାକାଳପଡା ବ୍ଲକ କଂଗ୍ରେସ ସଭାପତି କବିନ୍ଦ୍ର ସାମଲ, ପୂର୍ବତନ ମହାକାଳପଡ଼ା ବ୍ଲକ କଂଗ୍ରେସ ସଭାପତି ନିରାକାର ଜେନା, ଅଙ୍ଗୁଳାଇ ସରପଞ୍ଚ ମଙ୍ଗରାଜ ବେହେରା, ଶିଳିପୁର ପଞ୍ଚାୟତ ସମିତି ସଭ୍ଯା ଭାରତୀ କାନୁନଗୋ, ପୂର୍ବତନ ଜୋନ କଂଗ୍ରେସ ସଭାପତି କୁଳମଣି ସାମଲ, ପ୍ରମୋଦ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ।


Share: