ବୋହୁର ଠେଙ୍ଗା ମାଡ଼ରେ ଶଶୁର ମୃତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁ ରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ବୋହୁର ଠେଙ୍ଗା ମାଡ଼ରେ ଟଳିପଡିଲେ ଶଶୁର l ମୃତ ଶଶୁର ହେଲେ 55 ବର୍ଷୀୟ ସିମାଞ୍ଚଳ ନାୟକ l ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବରୁ ଶଶୁର ସିମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୁକୁ ମାରପିଟ କରୁଥିଲା l ତେଣୁ ଘରୋଇ କଳହରୁ ଏହି ଭଳି ହତ୍ୟାକାଣ୍ଡ ହୋଇଥିବା ଅଲୋଚନା କରାଯାଉଛି l ସେପଟେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ଏବଂ ଶଶୁର ହତ୍ୟାକାରୀ ବୋହୁକୁ ଅଟକ ରଖିଛି ପୋଲିସ l


Share: