ଚୋୖକିରେ ଅଧିକାରୀ,କର୍ମଚାରୀଙ୍କ ଦେଖା ନାହିଁ

Share:

ପପୁ କୁମାର ସାହୁ

ସଠିକ ସମୟରେ ଆସୁ ନାହାଁନ୍ତି କର୍ମଚାରୀ ସ୍ୱକାର କଲେ ବ୍ଲକ ଅଧ୍ୟକ୍ଷା ।
ହାଇରାଣ ହେଉଛନ୍ତି ସାଧାରଣ ଲୋକ
ପୂର୍ବାହ୍ନ ୧୧.୩୦ଟାରେ ବିଡ଼ିଓ କାର୍ଯ୍ୟାଳୟ

ଦେଙ୍କନାଳ :କଙ୍କଡାହାଡ଼ଦିବାସି ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ କୁ ଧାର୍ଯ୍ୟ ସମୟରେ ଅଧିକାରୀ, କର୍ମଚାରୀ ଆସୁ ନଥିବା ଅଭିଯୋଗ ହେଉଅଛି ।ଅଧିକାରୀ ଓ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟାଳୟ କୁ ଆସୁନଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବ୍ଲକ କାର୍ଯ୍ୟାଳୟ ପୂର୍ବାହ୍ନ ୧୦ଟା ସୁଧା ଖୋଲିବା ନିୟମ ଥିଲା ବେଳେ ସୋମବାର ପୂର୍ବାହ୍ନ ପ୍ରାୟ ୧୧.୩୦ ଟା ରେ କାର୍ଯ୍ୟାଳୟ ରେ କେବଳ ଚୌକି ପଡିଥିବାର ଦେଖିବାକୁ ମିଳିଥିଲା ।ରାଜ୍ୟ ସରକାର ବ୍ଲକ କାର୍ଯ୍ୟାଳୟ କୁ ୫ଟି ଓ ମୋ ସରକାରରେ ଅନ୍ତଭୁକ୍ତ କରିଥିଲା ବେଳେ ବିଡ଼ିଓଙ୍କ କାର୍ଯ୍ୟାଳୟ ରେ କେବଳ ଚୌକି ଦେଖିବାକୁ ମିଳିଥିଲା ।ସେହିପରି ମୋ ସରକାର କକ୍ଷ,ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ,ଗ୍ରାମୀଣ ଆବାସ ଯୋଜନା ବିଭାଗ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ଜାଗାରେ ଚୌକି ଦେଖିବାକୁ ମିଳିଥିଲା ।କଙ୍କଡାହାଡ଼ ବ୍ଲକ ୨୧ ପଞ୍ଚାୟତ କୁ ନେଇ ଗଠିତ ।ସଦର ମହକୁମା କଙ୍କଡାହାଡ଼ ଠାରୁ ୫୦କିମି ଦୂର ପାଲଲହଡା ବ୍ଲକ ସୀମାନ୍ତକୁ ଲାଗିଥିବା ଘାଗରାମୁଣ୍ଡା ପଞ୍ଚାୟତ,ପରଜଙ୍ଗ ବ୍ଲକ ସୀମାନ୍ତକୁ ଲାଗିଥିବା କଟୁରିଆ ପଞ୍ଚାୟତ ଥିଲା ବେଳେ ସୁକିନ୍ଦା ବ୍ଲକ ସୀମାନ୍ତକୁ ଲାଗିଥିବା ୩୫ କିମି ଦୂରରେ ମରୁଆବିଲ ପଞ୍ଚାୟତ ରହିଛି ।ସାଧାରଣ ଲୋକଟି ବ୍ଲକ କାର୍ଯ୍ୟାଳୟ କୁ ଭତା,ରାସନକାର୍ଡ,ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ସମସ୍ୟା ନେଇ ଯାଇଥାଏ । ଗରିବ ଲୋକଟି ଗାଡି ଭଡା କରି ଦୂରଦୂରାନ୍ତରୁ ବ୍ଲକ କାର୍ଯ୍ୟାଳୟ କୁ ଯାଇଥିଲେହେ ଅଧିକାରୀ ମାନଙ୍କର ଦେଖା ମିଳୁ ନଥିବାରୁ ଲୋକମାନେ ନିରାଶ ହେଇ ଫେରୁଛନ୍ତି ।ଏମିତି ଏକ ଘଟଣା ଗତ ତା/୨/୦୮/୨୦୨୨ ରେ ପୂର୍ବାହ୍ନ ୧୧ଟାରେ କଙ୍କଡାହାଡ଼ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ରେ ଚୋୖକିରେ ଅଧିକାରୀ,କର୍ମଚାରୀଙ୍କ ଦେଖା ନାହିଁ ଖବର ଗଣମାଧ୍ୟମରେ ପ୍ରକାଶ ହେଇଥିଲା ବେଳେ ବିଭାଗୀୟ ଅଧିକାରୀକୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଣି ଏମିତି ଘଟଣା ପୁନରାବୃତ୍ତି ମନମୁଖୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି ।ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେ ଉତ୍ତର ଦେଲେ ମୋ ପଞ୍ଚାୟତ ମିଟିଙ୍ଗ ପାଇଁ ସେ ଚାନ୍ଦପୁର ଯାଇଛନ୍ତି ବିଡ଼ିଓ କେଉଁଠି ଅଛନ୍ତି ପଚାରିବାରୁ ସେ ପ୍ରଥମେ କହିଲେ କରଗୋଳା ଯାଇଛନ୍ତି ପୁଣି ଥରେ କହିଲେ ବୁଝି କରି କହିବି ।ଏହାପରେ ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ଏକୁଲ ସେକୁଲ ଯାଉଅଛି ।କର୍ମଚାରୀ କେହି ନାହାନ୍ତି ପଚାରିବାରୁ ବିଡ଼ିଓ କହିଲେ ଛୁଟିରେ ଥିବେ ଏଠି ପ୍ରଶ୍ନ ଉଠେ ଏକାବେଳେ ସମସ୍ତ କର୍ମଚାରୀ ଛୁଟିରେ ଥିଲେ କେମିତି ।ବିଡ଼ିଓ କୁହନ୍ତି ପ୍ରତିଦିନ ଅପରାହ୍ନ ୩ ବେଳେ କାର୍ଯ୍ୟାଳୟ କୁ ଆସନ୍ତି ସକାଳ ସମୟରେ ଫିଲଡ଼ ରେ ରୁହନ୍ତି । କଙ୍କଡାହାଡ଼ ବ୍ଲକର ଭୌଗୋଳିକ ଅବସ୍ଥିତ ଏମିତିଯେ ଦିଲ୍ଲୀ ରୁ ଦୌଲତାବାଦ ମନେ ହୁଏ ଗରିବ ଲୋକଟି ଗାଡି ଭଡା କରି ଦୂର ଦୁରନ୍ତାରୁ ବିଭିନ୍ନ କାମ ନେଇ ବ୍ଲକ କୁ ସାଧାରଣ ଲୋକ ଆସିଥାନ୍ତି ବିଡ଼ିଓଙ୍କୁ ନପାଇ ଘରକୁ ନିରାସ ହୋଇ ଫେରନ୍ତି ।ବିଡ଼ିଓ ଅପରାହ୍ନ ୩ ଟା ବେଳେ କାର୍ଯ୍ୟାଳୟ କୁ ଆସୁଥିବାରୁ କର୍ମଚାରୀ ମାନେ ମନମୁଖୀ ଯିବା ଆସିବା କରନ୍ତି।ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ସ୍ୱକାର କଲେ ଆଜି ସରକାରି କର୍ମଚାରୀ ଆଜି ଆସି ନାହାଁନ୍ତି ତାଙ୍କୁ ତାଗିତ କରାଯିବ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ।ଏ ସମ୍ପର୍କରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ବିଡ଼ିଓଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ।ବାରମ୍ବାର ଏମିତି ଘଟଣା ଘଟୁଥିଲା ବେଳେ ବିଭାଗୀୟ ଶୃଙ୍ଖଳା ଗତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଅଧିକାରୀ, କର୍ମଚାରୀ ମାନେ ମନମାନି କରୁଛନ୍ତି।ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହେଉଅଛି ।


Share: