ଆଜାଦୀ କି ଅମ୍ବୃତ ମହୋତ୍ସବ ପାଳିତ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ସାରାଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମ୍ବୃତ ମହୋତ୍ସବ ପାଳନକରୁଥିବା ବେଳେ ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଛି ପ୍ରଥମେ ନିରାକାରପୁର ସାମ୍ବାଦିକମାନେ ଶ୍ରୀ ରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ ନିରାକାରପୁର ଠାରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପ୍ରଥମେ ଜାତୀୟ ପତକା ଦେଖାଇ ଉକ୍ତ ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ ଶୋଭାଯାତ୍ରାଟି ବାଲୁଗାଁ ପହଂଚିବା ପରେ ଶାଳିଆ ପ୍ରେସ କ୍ଲବ ର ସଦସ୍ୟମାନେ ଏଥିରେ ସାମିଲହୋଇ ଆଜାଦିକୀ

ଅମ୍ବୃତ ମହୋତ୍ସବ ର ନାରାଦେଇ ବାଲୁଗାଁ ଓ ବାଣପୁର ସହର ପରିକ୍ରମା କରିଥିଲେ ଏବଂ ପରିଶେଷରେ ମା ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରାକୁ ସମାପନ କରିଥିଲେ ପରବର୍ତୀ ସମୟ ରେ ବଡ଼କୁଳସ୍ତିତ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକ ମାନେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ।


Share: