ପୁରୀ ପହଂଚିଲେ ଏନ ଏମ ଏ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ଆଜି ପହଞ୍ଚିଲେ ଏନ ଏମ ଏ ଅଧ୍ୟକ୍ଷ କିଶୋର କେ ବାସା। କିଶୋର କେ ବାସାଙ୍କ ନେତୃତ୍ୱରେ ଏନ ଏମ ଏ ଟିମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ । ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନ ଏମ ଏ ଦେଇଥିବା ନିର୍ଦେଶର ଅନୁପାଳନ ହୋଇଛି କି ନାହିଁ ତାହା ସମୀକ୍ଷା କରିଥିଲେ l ରାଜ୍ୟ ସରକାରଙ୍କ ନିମନ୍ତ୍ରଣ କ୍ରମେ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଆସିଥିବା ଶ୍ରୀଯୁକ୍ତ ବାସା ଓ ଏନ ଏମ ଏର ଟିମ ଏହି ଗସ୍ତରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।


Share: