କେଦାର କରଣ କୁ ବିଭତ୍ସ ହତ୍ୟା

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ପଞ୍ଚଯାତ ର ଦାମିୟା ମାରି ଘାଇ ରେ ବାସୁଦେବପୁର ର କେଦାର କରଣ କୁ ବିଭତ୍ସ ହତ୍ୟାକରି ଫେରାର ହୋଇଯାଇଛନ୍ତି ଦୃବୁତ ।ଗତକାଲି ସନ୍ଧ୍ୟା ରେ ନିଜ ଘରୁ କେଉଁଆଡେ ଚାଲିଯାଇଥିଲା କେଦାର ।ପରିବାର ଲୋକେ ବହୁତ ଖୋଜା ଖୋଜି କରିସାରିବା ପରେ ରାତ୍ର ୧ ଘଣ୍ଟ ସମୟରେ ଦାମିୟା ମାରି ଘାଇ ନିକଟରେ ପଡିରହିଥିଲା ମୃତଦେହ ।ଏନେଇ ପରିବାରଲୋକେ ପୁରୁଷୋତ୍ତମପୁର ଥାନାରେ ଜଣାଇଥିଲେ । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଂଚି ତଦନ୍ତ ଚଳାଉଥିବାବେଳେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏଇ ହତ୍ୟାକାଣ୍ଡ ହୋଇଛି ନା ଆଉ କିଛି ତାହା ତଦନ୍ତ ପରେ ଜଣାପଡିବ ।ହତ୍ୟା କାଣ୍ଡ କୌଣସି ଏକ ଧାରୁଆ ଅସ୍ତ୍ରରେ ପେଟ ଓ ବେକକୁ ବାରମ୍ବାର ଆଘାତ ହୋଇଥିବା ଦେହରେ ଥିବା ଚିହ୍ନ ରୁ ଜଣା ପଡୁଛି କିନ୍ତୁ ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ବେଳେ ମୃତ ଦେହକୁ ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି।


Share: