କ୍ଷୟଖ୍ୟତି ଦାବିନେଇ ଚାଷୀ ମାନେ ଘେରିଲେ କୋଦଳା ତହସିଲ କାର୍ଯ୍ୟାଳୟ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଘେରାଉ କଲେ ଚାଷୀ ।ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକର ଛଚିନା, ମଠସରସିଂ, ଶାଳବଣ, ଓ କୋଦଳା ର ୧୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକ ହୋଇ ଆଜି କୋଦଳା ତହସିଲ ଘେରିବା ସହ ଏକ ଦାବିପତ୍ର ତହସିଲଦାର ସସ୍ମିତା ଶତପଥୀ ଙ୍କୁ ଦେଇଛନ୍ତି ।ଚାଷୀ ମାନଙ୍କ କହିବା ମୁତାବକ କି ଯୋଉ ଲଗାଣ ବର୍ଷା ରେ ଚାଷଜମି ରେ ଯୋଉ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷତି ପୂରଣ ଓ ଯୋଉ ଲୋନ ଆଣିଛନ୍ତି ତାହାର ଛାଡ଼ ପାଇଁ ଲିଖିତ ଭାବରେ ଦେଇଛନ୍ତି ତହସିଲଦାର ସସ୍ମିତା ଶତପଥୀ ଙ୍କୁ ।

ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜମି ତଦାରଖ କରି ଏହାର ରିପୋଟ ଦିଆଯିବ ବୋଲି ତହସିଲଦାର ସସ୍ମିତା ଶତପଥି କହିଛନ୍ତି। ଆରପଟେ ଚାଷୀ ମାନେ କହିଛନ୍ତିକି ଯଦି ଏହାର କ୍ଷତି ପୂରଣ ନ ମିଳେ ତାହାହେଲେ ଆଗାମୀ ଦିନରେ ରାଜରାସ୍ତା କୁ ଓଲେଇବାକୁ ବାଧ୍ୟ୍ୟ ହେବା ସହ ଆତ୍ମହତ୍ୟା ମଧ୍ୟ୍ୟ କରିବେବୋଲି ଚେତାବନୀ ଦେଇଛନ୍ତି ।


Share: