ଅଜଣା ଗାଡି ଧକରେ ଦୁଇ ମୃତ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଥିବା ମର୍ଦରାଜ ହାଇସ୍କୁଲ ସମ୍ମୁଖ ଏକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଙ୍କ ମୃତ୍ୟୁ ଘଟିଛି l ମୃତକ ଦୁଇଜଣ ସହରର ଶିଖରପୁର ସାହି ର ସପନୀ ଦାଶ, ଅଜିତ ଦାଶ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନେ ବନଦେବୀ ଛକ ନିକଟ ରୁ ଶୌଚ ହୋଇ ବାଇକ ରେ ନିଜ ଘରକୁ ଫେରୁଥିବା ସମୟରେ ମର୍ଦ୍ଧରାଜ ହାଇସ୍କୁଲ ସାମନାରେ ଅଜଣା ଟ୍ରକ ଧକ୍କା ରେ ମୃତ୍ୟ ହୋଇଥିବା ଜଣାପଡିଛି । ସୂଚନା ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।


Share: