ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ କବିସୂର୍ଯ୍ୟନଗର ବିଧାୟିକା

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ :କୋଦଳା -କ୍ରୀଡାର ବିକାଶ ପାଇଁ କୋଦଳା କୋର୍ଟପଡିଆ ଠାରେ ୬ କୋଟିର ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ |ଗ୍ରାମାଞ୍ଚଳ ରେ କ୍ରୀଡା ର ବିକାଶ କରିବା ସହ ଗ୍ରାମାଞ୍ଚଳ ର ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ପାଇଁ ସରକାର ଙ୍କ ଏହି ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ର ଉଦ୍ଦେଶ୍ୟ ।

ଏହା ଦ୍ଵାରା ଯୋଉମାନେ ଖେଳିବା ରୁ ବଂଚିତ ହେଉଛନ୍ତି ତାହା ଆଉ ହେବନାହିଁ ଏହି କାର୍ଯ୍ୟକ୍ରମ ରେ ପୁର୍ତ ବିଭାଗର ଏସ ଡି ଓ ପ୍ରଦୀପ୍ତ ଶତପଥି,ଜେଇ ସତ୍ୟନାରାୟଣ ବିଶୋଇ, ବିଯେଡି ର ନଗର ସଭାପତି ସଂଜୀବ କୁମାର ସାହୁ, ଗୋପାଳକୃଷ୍ଣ ସାହୁ, କୈଳାଶ ପଣ୍ଡା, ପରି ସାହୁ, ଅଭୟ କୁମାର ସାହୁ ଙ୍କ ସମେତ ବହୁ ବିଯେଡି କର୍ମୀ ଯୋଗ ଦେଇଥିଲେ।


Share: