ସ୍ତ୍ରୀ ହିଁ ନିଜ ସ୍ୱାମୀର ହତ୍ୟାକାରୀ ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡର ପର୍ଦାଫାସ କଲା ପୋଲିସ

Share:

ସମୀର ରଞ୍ଜନ ନାୟକ ଓଡିଶାବ୍ୟୁରୋଚିଫ

ଭୁବନେଶ୍ୱର :ଗତ କାଲି ସୁଟକେଶରୁ ମୃତଦେହ ମିଳିବା ଘଟଣାର ପର୍ଦାଫାସ କଲା ନାଚୁଣୀ ପୋଲିସ ସ୍ତ୍ରୀ ହିଁ ନିଜ ସ୍ୱାମୀର ହତ୍ୟାକାରୀ l ପ୍ରାପ୍ତ ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ହରୀପୁର ଜଙ୍ଗଲରୁ ଏକ ସୁଟକେଶ ଭିତରୁ ଗତ କାଲି ମିଳିଥିବା ମୃତ ଦେହର ମିଳିବା ଘଟଣାର ଆଜି ପୋଲିସ କରିଛି ପର୍ଦାଫାସ ସ୍ତ୍ରୀ ସହୁତ ଦୁଇ ଜଣଙ୍କୁ ଗିରଫ କରିଛି ନାଚୁଣୀ ପୋଲିସ l ଉଦ୍ଧାର ହୋଇଥିବା ମୃତ ଦେହ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଲଖାପଡା ଗ୍ରାମର ମନୋରଞ୍ଜ ମହାପାତ୍ର ସେ ନିଜ ଗ୍ରାମରେ ଅଞ୍ଚଳ ବାସିଙ୍କ ସହ ମନରଞ୍ଜନ ଅପଡ଼ ହେବାରୁ ସେ ଅଞ୍ଚଳ ଛାଡି ପରିବାର ଧରି ଚଣ୍ଡେଶ୍ଵ ଅଞ୍ଚଳରେ ରହୁଥିଲେ ମନୋରଞ୍ଜନ ସବୁବେଳେ ମଧ୍ୟପାନ କରି ନିଜସ୍ତ୍ରୀ ଙ୍କୁ ନିର୍ଯାତନା ଦେଇଆସୁଥିଲେ ଗତ 20ତାରିଖ ରେ ମନୋରଞ୍ଜନ ମଧ୍ୟପାନ କରି ସ୍ତ୍ରୀଙ୍କୁ ଅମାନୁଷିକ ଭାବେ ବାଦେଇଥି ଲା l ଏଭଳି ନିର୍ଯାତନା ସହିନ ପାରି ସ୍ତ୍ରୀ ଏଥିରୁ ମୁକ୍ତିପାଇବା ପାଇଁ ରଚିଲା ମନୋରଞ୍ଜନ ହତ୍ୟା ଏଥିରେ ତାଙ୍କୁ ସହଯୋଗ କରିବା ପାଇଁ ସାଙ୍ଗ ବିକ୍ରମ କୁମାର ସାହୁ ଓ ସମ୍ପର୍କୟୀ ଭାଇମିଟୁ ଦାସ ଏଇ ଦୁଇ ଜଣ ଙ୍କ ସାହାରା ଲୋଡିଲା l ଗତ 21ତାରିଖର ସନ୍ଧ୍ୟାରେ ମନୋରଞ୍ଜନ ଙ୍କ ଚଣ୍ଡେଶ୍ଵ ଘରେ ପ୍ରଚୁର ମଦପିଆଇ ସ୍ତ୍ରୀ, ସାଙ୍ଗ ଓ ଭାଇ ମିଶି ତାଙ୍କ ବେକକୁ ଚିପି ମାରିଏକ ସୁଟକେଶରେ ଭର୍ତ୍ତିକରି ହରୀପୁର ଜଙ୍ଗଲରେ ଫୋପଡିଦେଇଥିଲେ l


Share: